Home >
କୋରେଇ ଷ୍ଟେସନ ଟ୍ରେନ୍ ଦୁର୍ଘଟଣାରେ ରାଜ୍ୟ ସରକାର ଓ ରେଳବାଇ ପକ୍ଷରୁ ଘୋଷଣା ହେଲା ସହାୟତା ରାଶି
Khabar Odisha:The-state-government-and-the-railways-have-announced-the-amount-of-assistance-due-to-the-Korei-station-train-accident
ଯାଜପୁର, ନଭେମ୍ବର 21(ଖବର ଓଡ଼ିଶା)

ଆଜି ଯାଜପୁର କୋରେଇ ଷ୍ଟେସନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଯେଉଁ ଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକମାନେ ହେଉଛନ୍ତି ପାର୍ବତୀ ବିନ୍ଧାଣି,କଣ୍ଡେଇ ବିନ୍ଧାଣି ଏବଂ ଅଫଜୁନ ବିବି ।

ଆହତ ୪ଜଣଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି l ଯାହାକୁ ନେଇ ମୃତାହତଙ୍କ ପ୍ରତି ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିବା ବେଳେ ଗୁରୁତରଙ୍କୁ ସମସ୍ତ ପ୍ରକାର ଚିକିତ୍ସା  ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 ରେଳ ବିଭାଗ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଦେବାକୁ ଥିବା ବେଳେ ଗୁରୁତରଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାଯତା ରାଶି ।

  • Tags:

Subscribe

National International State Sports Entertainment