Home >
କରୋନା ସଂକ୍ରମଣ ରୋକିବା ପାଇଁ ଦ୍ବୈତ ନଗରୀର ଜିଲ୍ଲା ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କୁ ମନା
Khabar Odisha:The-public-is-denied-access-to-the-district-government-office-in-the-twin-cities-to-prevent-corona
ଭୁବନେଶ୍ବର, ଏପ୍ରିଲ ୦୮ (ଖବର ଓଡ଼ିଶା):

କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟସରକାର ଭୁବନେଶ୍ୱର ଏବଂ କଟକରେ ଥିବା ଜିଲ୍ଲା ମୁଖ୍ୟାଳୟର ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶକୁ ନିଷେଧ କରାଯାଇଛି ।  

ସାଧାରଣ ପ୍ରଶାସନ ତଥା ଜନ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିବ। କେବଳ ଜରୁରୀକାଳୀନ ପରିସ୍ଥିତିରେ, ବରିଷ୍ଠ-ଅଧିକାରୀଙ୍କ ଅନୁମୋଦନ ଆଧାରରେ ପ୍ରବେଶ ଅନୁମତି ଦିଆଯିବ ।

ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ଇ-ଅଭିଯୋଗ ପୋର୍ଟାଲର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଜରୁରୀ ଏବଂ ଆବଶ୍ୟକ ନହେବା ପର୍ଯ୍ୟନ୍ତ ଶାରୀରିକ ସଭାଗୁଡ଼ିକ ବନ୍ଦ ରଖାଯିବ । ଯଥା ସମ୍ଭବ ଅନଲାଇନରେ ବୈଠକ କରାଯିବା ଉଚିତ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି।

ଆବଶ୍ୟକସ୍ଥଳେ ଶାରୀରିକ ସଭା ସମୟରେ ସର୍ବନିମ୍ନ ଦୁଇ ମିଟର ଦୂରତା ବଜାୟ ରଖିବା ଉଚିତ୍ । ସରକାରୀ କାର୍ଯ୍ୟଗୁଡ଼ିକ ଯଥାସମ୍ଭବ ଭର୍ଚୁଆଲରେ ପରିଚାଳିତ ହେବ ।

  • Tags:

Subscribe

National International State Sports Entertainment