ଆଜି ମା' ଜଗତଜନନୀ ଦୁର୍ଗା ଧରାପୃଷ୍ଠରୁ ବିଦାୟ ନେବେ । ମା'ଙ୍କ ଭସାଣି ପାଇଁ ଅପରାହ୍ନ ୩ଟା ୧ ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ କରାଯିବ । ଟୁଇନ୍ ସିଟି ଭୁବନେଶ୍ବର-କଟକରେ ମା'ଙ୍କ ଭସାଣି ପାଇଁ କଟକଣା ଜାରି ରହିବ । ପୁଣି ଗୋଟେ ବର୍ଷ ଅନ୍ତର ପରେ ମା' ଧରାପୃଷ୍ଠକୁ ଅବତରଣ କରିବେ । ଆଉ ଆଜି ଭକ୍ତମାନେ ମା'ଙ୍କୁ ବିଦାୟ ଦେବେ । ଟ୍ରାଫିକ କଟକଣା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଭସାଣି କାର୍ଯ୍ୟକ୍ରମ ପାଇଁ ଅସ୍ଥାୟୀ ପୋଖରୀ ଦୟା ନଦୀ, କୁଆଖାଇ, ଟଙ୍କପାଣି ସାଇମନ୍ଦିର ଆଦି ସ୍ଥାନରେ ଖୋଳା ଯାଇଛି। ବିଭିନ୍ନ ଯାନାବହନ ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
ବାଣୀବିହାର ପଟୁ ରୁପାଲି ପଟକୁ କୌଣସି ଯାନବାହନ ଯାଇପାରିବେ ନାହିଁ । କଟକଣା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ସ୍ଥାନମାନଙ୍କରେ ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ ରହିବେ । ଭସାଣିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଏପରି ନିଷ୍ପତ୍ତି କରାଯାଇଛି ।