Home >
ଚିକିତ୍ସା ଅବହେଳାରୁ ବାଳକ ମୃତ ; ରାଜଧାନୀରେ ଘରୋଇ ହସ୍ପିଟାଲ ବିରୋଧରେ ସଙ୍ଗୀନ ଅଭିଯୋଗ
Khabar Odisha:The-boy-died-of-medical-negligence-Serious-allegations-against-private-hospitals-in-the-capital
ଭୁବନେଶ୍ୱର, ନଭେମ୍ବର ୨୨ (ଖବର ଓଡ଼ିଶା):

ରାଜଧାନୀରେ ଜଣେ ବାର ବର୍ଷର ବାଳକର ଭୁଲ ଚିକିତ୍ସା ପାଇଁ ମୃତ ହୋଇଛି ବୋଲି ଏକ ଘରୋଇ ହସପିଟାଲ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତ ପିଲାର ପରିବାର ଲୋକେ । ସୂଚନାନୁସାରେ, ସାଇକେଲ ଚଳାଇ ହାତ ଭାଙ୍ଗିବା କାରଣରୁ ପରିବାର ଲୋକେ ସୁଭମ ନାମକ ବାଳକକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଆଜି ସକାଳେ ଭର୍ତ୍ତି କରିଥିଲେ । ସକାଳ ସମୟରେ ହସ୍ପିଟାଲରେ ଶୁଭମର ଅପେରସନ ପାଇଁ ଆଇସିୟୁକୁ ନିଆ ଯାଇଥିଲା । ହେଲେ ୧୨ଟା ସମୟରେ ହସ୍ପିଟାଲରେ ମୃତ୍ୟୁ ବୋଲି କହିବା ପରେ ଉତ୍ତେଜନା ଦେଖା ଦେଇଥିଲା । ହସ୍ପିଟାଲ ଆଗରେ ପରିବାର ସମେତ ସାଧାରଣ ଲୋକେ ଦିନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସିଥିିବାର ଦେଖିବାକୁ ମିଳିଥିଲା । ପରିବାର ପକ୍ଷରୁ ପିଲାଟିକୁ ଚିକିତ୍ସା ଅବହେଳା ଯୋଗୁଁ ମାରିଦେଇ ଥିବାର ଦାବି କରାଯାଇଥିଲା । ପିଲାଟି ସୁସ୍ଥ ଥିଲା ମାତ୍ର ଅପରେସନ ପରେ ହଠାତ ତାର କେମିତି ସନ୍ଦେହଜନକ ଭାବେ ମୃତ୍ୟୁ ହେଲା ଏହାକୁ ନେଇ ପରିବାର ଲୋକ ଚିକିତ୍ସା ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ଅନ୍ୟ ପକ୍ଷରେ ଅପରେସନ କରିଥିବା ଡାକ୍ତର ଏବଂ ଆନାଥେସିଆ ଦେଇଥିବା ଡାକ୍ତର ଚିକିତ୍ସା ଅବହେଳା କଥାକୁ ଖଣ୍ଡନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଅପରେସନ ପରେ ପିଲାଟିର ଶରୀରରେ ତାପମାତ୍ରା ବଢିବାକୁ ଲାଗିଲା. ବହୁ ଚେଷ୍ଟା କରିବା ପରେ ତାପମାତ୍ରା କମିଲାନି ଏବଂ ପିଲାଟିର ମୃତ୍ୟୁ ହୋଇଥିଲା ବୋଲି ଦୁଇ ଜଣ ଡାକ୍ତର କହିଛନ୍ତି । ବର୍ତମାନ ହସ୍ପିଟାଲ ପରିସରରେ ମୃତ ପିଲାର ପରିବାର ସଦସ୍ୟ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପୋଲିସ ଉପସ୍ଥିତିରେ କରାଯାଉଛି ।

  • Tags:

Subscribe

National International State Sports Entertainment