Home >
ରାଜ୍ୟ ସରକାରଙ୍କର ବଡ ନିଷ୍ପତି, କିନ୍ନର ମାନଙ୍କୁ ମିଳିବ ଭତ୍ତା
Khabar Odisha:The-big-decision-of-the-state-government-is-that-the-Kinners-will-get-an-allowance
ଭୁବନେଶ୍ୱର, ଜୁଲାଇ ୦୩ (ଖବର ଓଡ଼ିଶା):

ରାଜ୍ୟରେ ଥିବା କିନ୍ନରମାନଙ୍କ ପାଇଁ ଖୁସି ଖବର । ଏଣିକି କିନ୍ନରମାନଙ୍କୁ ମଧ୍ୟ ମିଳିବ ଭତ୍ତା । କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯିବ । କିନ୍ନରମାନଙ୍କୁ ମଧୁବାବୁ ପେନସନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । କିନ୍ନରମାନେ ବୟସାନୁସାରେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା ପାଇବେ । ଏନେଇ କିନ୍ନରମାନଙ୍କୁ ଆବେଦନ କରିବାକୁ ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୬ହଜାର କିନ୍ନର ଉପକୃତ ହେବେ ବୋଲି ଜଣାଯାଇଛି ।

  • Tags:

Subscribe

National International State Sports Entertainment