ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଆଜି ଏକ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ରାଜ୍ୟର ଲକ୍ଷ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ବଡ ଉପହାର । ରାଜ୍ୟର ସମସ୍ତ ଆଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କୁ ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା। ତୃତୀୟ ପର୍ଯ୍ୟୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ। ଏନେଇ ସମସ୍ତଙ୍କର ଯାଞ୍ଚ ସରିଛି।
ସେହିପରି ଯୋଜନାରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ ବୈଠକ ବସିବ। ଆସନ୍ତା ୨୪ ତାରିଖରେ ଆଉ ୨୦ ଲକ୍ଷ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ଏଥିସହ ମୋଟ ୮୦ ଲକ୍ଷ ମହିଳାଙ୍କୁ ମିଳିଯିବ ‘ସୁଭଦ୍ରା’ ଟଙ୍କା। ବର୍ତ୍ତମାନସୁଦ୍ଧା ୧ କୋଟି ୧୬ ଲକ୍ଷରେ ପହଞ୍ଚିଲାଣି ‘ସୁଭଦ୍ରା’ ଆବେଦନକାରୀଙ୍କ ସଂଖ୍ୟା। ଏଥିସହ ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଥରେ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ରହୁଛି। ଯେଉଁଥିପାଇଁ ବିଳମ୍ବ ହେଉଛି ତେଣୁ ଯେଉଁମାନେ ରହିଯିବେ ଆସନ୍ତା ଜାନୁଆରୀ ଓ ଫେବ୍ରୁଆରୀ ମାସରେ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। କେହି ଜଣେ ବି ହିତାଧିକାରୀ ସୁଭଦ୍ରା ରୁ ବାଦ୍ ପଡିବେନି ବୋଲି ମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି।