Home >
କଂଗ୍ରେସ ନେତାଙ୍କ ଅଜବ ଯୁକ୍ତି : ଝିଆମନେ ମାତ୍ର ୧୫ ବର୍ଷ ବୟସରରେ ଛୁଆ ଜନ୍ମ କରିବାକୁ ସକ୍ଷମ ହୋଇଥାନ୍ତି
Khabar Odisha:Strange-argument-from-Congress-leader-Girls-are-able-to-give-birth-at-the-age-of-15-only

ନୂଆଦିଲ୍ଲୀ, ଜାନୁଆରୀ ୧୪ (ଖବର ଓଡ଼ିଶା) : ସବୁବେଳେ ନିଜ ବୟାନ୍ ପାଇଁ ଚର୍ଚ୍ଚା ରହି ଆସିଥିବା ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସଜନ ସିଂ ବର୍ମା ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇ ଚର୍ଚ୍ଚା ସହିତ ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି । 

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶରେ ଝିଅମାନଙ୍କ ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରାଯିବା ଉଚିତ୍ ବୋଲି ଗୋଟିଏ କାର୍ଯ୍ୟକ୍ରମରେ ବିବୃତ୍ତି ରଖିଥିଲେ । ଯାହାକୁ ନେଇ ଏବେ ମଧ୍ୟପ୍ରଦେଶ ରାଜନୀତି ସମାଲୋଚନା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ବୟାନ୍ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସଜନ ସିଂ ବର୍ମା । ସେ କହିଛନ୍ତି ଯେ ଝିଅମାନଙ୍କ ପ୍ରଜନନ କ୍ଷମତା ୧୫ ବର୍ଷରୁ ବିକଶିତ ହୋଇଥାଏ ତେଣୁ ଯଦି ଝିଅ ମାନେ ୧୫ ବର୍ଷ ବୟସରଙ୍କ ଛୁଆ ଜନ୍ମ ପରିପାରିବେ ତାହାଲେ ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାର ଆବଶ୍ୟକତା କ’ଣ ରହିଛି ବୋଲି ସଜନ ସିଂ ବର୍ମା ପ୍ରଶ୍ନ କରିଛନ୍ତି ।

ଆଇନ ଅନୁଯାଇ ଝିଅମାନଙ୍କ ବିବାହ ବୟସ ୧୮ ବର୍ଷ ରହିଛି ଏବଂ ବର୍ତମାନ ଏଥିରେ ପରିବର୍ତ୍ତନର ଆବଶ୍ୟକତା କ’ଣ ବୋଲି ମନ୍ତବ୍ୟ ଦେଇ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ୂର୍ବତନ ମନ୍ତ୍ରୀ ସଜନ ସିଂ ବର୍ମା । 

ବୁଧବାର ରାଜଧାନୀ ଭୋପାଳରେ ଗଣମାଧ୍ୟମ ସହ ଆଲୋଚନା ବେଳେ ସଜନ ସିଂ ବର୍ମା ଏହି ବିବାଦିୟ ବିବୃତ୍ତି ଦେଇଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ ଡାକ୍ତରଙ୍କ ଅନୁଯାୟୀ ଝିଅ ମାନଙ୍କର ୧୫ ବର୍ଷ ବୟସରେ ସନ୍ତାନ ଜନ୍ମ କରିବାର କ୍ଷମତା ରହିଛି । ତେଣୁ ସେମାନଙ୍କର ବିବାହ ବୟସ ପରିବର୍ତନ କରିବାର କୌଣସି ଆବଶ୍ୟକତା ନାହିଁ ।

ତେବେ ଗତ ସୋମବାର ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଏକ କାର୍ଯ୍ୟକ୍ରମରେ ଝିଅ ମାନଙ୍କର ବିବାହ ବୟସକୁ ନେଇ ବିତର୍କର ଆବଶ୍ୟକତା ଥିବା କହିଥିଲେ । ଏହାକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରାଯିବା ଉଚିତ ବୋଲି ସେ କହିଥିଲେ ।

  • Tags:

Subscribe

National International State Sports Entertainment