Home >
ଜନସାଧାରଣ ଓ ଅର୍ଥବିଶାରଦଙ୍କ ମତାମତ ଆଧାରରେ ୨୦୨୦-୨୧ ରାଜ୍ୟ ବଜେଟ ପ୍ରସ୍ତୁତ ହେବ : ନିରଞ୍ଜନ ପୂଜାରୀ
Khabar Odisha:State-Odisha-Pre-Budget-Meeting-in-Odisha-for-2020-21-financial-Year
ଭୁବନେଶ୍ୱର, ଜାନୁଆରୀ ୧୫ (ଖବର ଓଡ଼ିଶା):

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭାରେ ଉପସ୍ଥାପନ ହେବ । ଜନସାଧାରଣ ଓ ଅର୍ଥବିଶାରଦଙ୍କ ମତାମତ ଆଧାରରେ ବଜେଟ ପ୍ରସ୍ତୁତ ହେବ । 

ଆଜି ଭୁବନେଶ୍ୱର ଅତିଥି ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜରୀଙ୍କ ଅଧ୍ୟକ୍ଷତାରେ ପ୍ରାକ ବଜେଟ ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକରେ ଅର୍ଥନୀତିଜ୍ଞ ଓ ଶିଳ୍ପ ପ୍ରତିନିଧିଙ୍କ ସହ ରାଜ୍ୟ ବଜେଟର ରୂପରେଖ କେମିତି ରହିବ ସେନେଇ ଆଲୋଚନା ହୋଇଛି । ଫେବୃଆରୀରେ ବିଧାନସଭା ଅଧିବେଶନରେ ବଜେଟ ଉପସ୍ଥାପିତ ହୋଇପାରେ । ଏହି ବୈଠକରେ ଅର୍ଥ ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥବିଶେଷଜ୍ଞ ଉପସ୍ଥିତ ଥିଲେ। ପ୍ରାକ୍ ବଜେଟ ପ୍ରସ୍ତୁତି ବୈଠକ ପରେ ଅର୍ଥମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ପୂର୍ବତନ ଅର୍ଥମନ୍ତ୍ରୀ, ସିଏସ ଓ ଅର୍ଥ ବିଶାରଦଙ୍କ ମତ ନିଆଯାଇଛି । ସାଧାରଣ ଲୋକଙ୍କ ୧୫୦୦ ମତାମତ ଆସିଛି । ସମସ୍ତ ମତାମତ ଆଧାରରେ ବଜେଟ ପ୍ରସ୍ତୁତ ହେବ ।

  • Tags:

Subscribe

National International State Sports Entertainment