Home >
ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
Khabar Odisha:State-Odisha-Mask-neccesary-for-all-in-Odisha
ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):

ଓଡ଼ିଶା କରୁଛି କରୋନା ମୁକାବିଲା ।  ଏଣିକି ବିନା ମାସ୍କରେ ଘରୁ ପଦାକୁ  ମନା । ଘରୁ ବାହାରକୁ ଗୋଡ କାଢୁଥିଲେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ। ଆସନ୍ତା ୯ ତାରିଖ ସକାଳୁ  କଡ଼ାକଡ଼ି ହେଉଛି ଏହି ନିୟମ । ଏନେଇ ରାଜ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୯ ତାରିଖରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୯ ତାରିଖ ସକାଳ ୭ଟାରୁ ସାରା ରାଜ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । ଜିଲ୍ଲାରେ ଜିଲ୍ଲାପାଳମାନେ ଏହି ନିୟମକୁ ସୂଚାର ରୂପରେ କାର୍ଯ୍ୟକାରୀ କରାଇବା ଉପରେ ଗୁରୁତ୍ୱ ଦେବେ । ଯଦି ଆପଣଙ୍କ ପାଖରେ ମାସ୍କ ନାହିଁ ତେବେ ରୁମାଲ, ଗାମୁଛା, ଓଢଣି କିମ୍ବା ସ୍କାର୍ଫକୁ ମୁହଁରେ ବାନ୍ଧିବା ପାଇଁ ବ୍ୟବହାର କରିପାରିବେ । ତେବେ ଗତକାଲି ଠାରୁ ଗଞ୍ଜାମରେ ଏହି ନିୟମ ଲାଗୁ ହୋଇଛି । ସହରାଞ୍ଚଳରେ ଘରୁ ବାହାରିଲେ ଯଦି ମାସ୍କ ବ୍ୟବହାର କରିନଥିବେ ତେବେ ୧୦୦୦ ଟଙ୍କା ଫାଇନ ଦେବେ ଓ  ଗ୍ରାମାଞ୍ଚଳରେ ବିନା ମାସ୍କରେ ଘରୁ ବାହାରିଲେ ୫୦୦ ଟଙ୍କା ଫାଇନ୍ ପଡିବ ବୋଲି ଗଞ୍ଜାମରେ କଡା କଟକଣା ଲାଗୁ ହୋଇଛି ।

  • Tags:

Subscribe

National International State Sports Entertainment