Home >
ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଡମ୍ଫର, ଜଣେ ମୃତ
Khabar Odisha:State-Odisha-A-Dumfer-Runs-over-A-Bike-1Dead
ଭୁବନେଶ୍ୱର, ଡିସେମ୍ବର ୧୦ (ଖବର ଓଡ଼ିଶା):

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଆରୋହୀଙ୍କ ଉପରେ ଡମ୍ଫର ମାଡ଼ି ଯିବାରୁ ଜଣଙ୍କ ମୃତ୍ୟୁ ଘଟିଛି । 

ମିଳିଥିବା ସୂଚନାନୁସାରେ, ୨ଜଣ ବ୍ୟକ୍ତି ଏକ ବାଇକ ଯୋଗେ ଯାଉଥିବା ବେଳେ ପଛ ପଟୁ ଏକ ଡମ୍ପର ଆସି ସେମାନଙ୍କ ଉପରେ ଚଢି ଯାଇଛି । ଫଳରେ ଡମ୍ଫର ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ରମାକାନ୍ତ ଦାସ । ମୃତ ରମାକାନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରାରେ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ଡମ୍ଫର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । 

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶତାଧିକ ଗାଡ଼ି ଅଟକି ରହିଛି । ରାସ୍ତା ଅବରୋଧ ହଟାଇବା ପାଇଁ ପୋଲିସ ଉତ୍ୟକ୍ତଙ୍କୁ ବୁଝାସୁଝା କରୁଛି ।

  • Tags:

Subscribe

National International State Sports Entertainment