Home >
ଝାରସୁଗୁଡ଼ାରେ ଗୋଟିଏ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଜଣଙ୍କର ମୃତ୍ୟୁ
Khabar Odisha:State-Jharsuguda-suicide-attempt-case-elder-brother-end-life-during-treatment-in-hospital

ଭୁବନେଶ୍ୱର, ଜୁନ ୦୩ (ଖବର ଓଡ଼ିଶା): ଝାରସୁଗୁଡ଼ା ଜିଲ୍ଲାରେ ମା’ ସମେତ ପରିବାରର ୫ ଭାଇ ଭଉଣୀ ଆତ୍ମହତ୍ୟା ଘଟଣାରେ ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ହେଲେ ବଡ଼ ଭାଇ ଶ୍ରୀକାନ୍ତ ବିଶ୍ୱାଳ । ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଜାରି ଥିବା ବେଳେ ଗତକାଲି ବିଳମ୍ବିତ ରାତି ମୃତ୍ୟୁ ହୋଇଛି । ଏବେ ଗୁରୁତର ମା’ ଓ ୨ ଭଉଣୀଙ୍କର ଝାରସୁଗୁଡ଼ା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । 

ବିଟିଏମ ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଠାରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ମା’, ତିନି ଭଉଣୀ ଲିଲି(୩୮), ବନ୍ଦିତା (୩୫) ଓ ପିଙ୍କି (୩୦) ଓ ଭାଇ ଗୁରୁତର ହୋଇଥିଲେ । ଗତ ୧ ତାରିଖରେ ସାନ ପୁଅ ଦୀପକ ବିଶ୍ୱାଳଙ୍କର ମୃତ୍ୟୁ ପରେ ପରିବାରର ଅନ୍ୟମାନେ ଆତ୍ମହତ୍ୟା କରିବାକୁ ପଦକ୍ଷେପ ନେଇଥିଲେ । ପଡୋଶୀମାନେ ଏବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । 

 

  • Tags:

Subscribe

National International State Sports Entertainment