Home >
ପିପିଲି ଉପ-ନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ
Khabar Odisha:Star-campaigner-List-Released-by-Congress

ପିପିଲି, ସେପ୍ଟେମ୍ବର ୧୫ (ଖବର ଓଡ଼ିଶା): ପିପିଲି ଉପନିର୍ବାଚନ ପାଇଁ ଆଜି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି କଂଗ୍ରେସ । ପୂର୍ବରୁ ବିଜେପି ଓ ବିଜେଡ଼ି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଥିବା ବେଳେ ଆଜି କଂଗ୍ରେସ ମଧ୍ୟ ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ।

ତାଲିକାରେ ରାଜ୍ୟ କଂଗ୍ରେସ ପ୍ରଭାରି ଡା. ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜି.ରୁଦ୍ର ରାଜୁ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝି, ବିପିନ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ଜୟଦେବ୍ ଜେନା,ସରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତରଗିରି ଉଲକା, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ମହମ୍ମଦ ମୋକିମ୍‌, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବନ୍ଦିତା ପରିଡା, ସତ୍ୟପ୍ରକାଶ ନାୟକଙ୍କ ନା ସାମିଲ ରହିଛି ।

ଆସନ୍ତା ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଛି ପ୍ରଚାର ଯାହାକୁ ନେଇ ଏବେଠାରୁ ସଜବାଜ ଆରମ୍ଭ କରିଛନ୍ତ ବିଭିନ୍ନ ଦଳ ।

  • Tags:

Subscribe

National International State Sports Entertainment