Home >
ଅଭ୍ୟାସ ପାଇଁ ପଡିଆକୁ ଓହ୍ଲାଇଲେ ଦକ୍ଷିଣ ଆଫ୍ରିକା କ୍ରିକେଟ ଖେଳାଳୀ
Khabar Odisha:South-African-players-back-to-training
ଜୋହାନ୍ସବର୍ଗ, ଜୁନ ୩୦ (ଖବର ଓଡିଶା);

 ମହାମାରୀ କରୋନା ପାଇଁ କିଛି ଦିନର ବ୍ୟବଧାନ ପରେ ପଡିଆକୁ ଓହ୍ଲାଇଛନ୍ତି । ଆଜି ଦକ୍ଷିଣ ଆଫ୍ରିକା କ୍ରିକେଟ ଆସୋସିଏସନ ଘୋଷଣା କରିଥିବା ୪୪ ଜଣ ଖେଳଳି ପଡିଆକୁ ଓହ୍ଲାଇ ଆଗାମୀ ସିରିଜ ନିମନ୍ତେ ଅଭ୍ୟାସ ଆରମ୍ଭ କରିଛନ୍ତି ।


ଏବେ ମହାମାରୀ କରୋନାର ସମୟ । ତେଣୁ ଏହି ପରିସ୍ଥିତିରେ କୋଭିଡ-୧୯ ର ଯାହା ନିୟମାବଳୀ ରହିଛି ତାହାକୁ ମାନି ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ ଆରମ୍ଭ କରିଛି । ଏହା ସହ ଖେଳଳିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମେଡିକାଲ ଅଫିସର ମାନେ ମଧ୍ୟ ନିୟୋଜିତ ହୋଇଛନ୍ତି ।


ପୂର୍ବରୁ ଇଂଲଣ୍ଡ, ଶ୍ରୀଲଙ୍କା, ଆଫଗାନିସ୍ତାନ ଆଦି ଦେଶର କ୍ରିିକେଟ ଖେଳାଳି ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇ ସାରିଛନ୍ତି । ତେବେ ଆଜି ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏଙ୍ଗିଡି, ଜୁନିୟର ଡାଲା, କାଗିସୋ ରାବାଡା ଆଦି ଖେଳାଳିଙ୍କ ସହ ୪୪ ଜଣ ଖେଳାଳି ପଡିଆକୁ ଓହ୍ଲାଇଛନ୍ତି ।

  • Tags:

Subscribe

National International State Sports Entertainment