ରକ୍ତ ଚିହ୍ନିଲାନି ରକ୍ତ ସମ୍ପର୍କ,ବାପା କୁ ପିଟି ପିଟି ମାରିଦେଲେ ପୁଅ, ଝିଅ ଓ ସ୍ତ୍ରୀ ଭଦ୍ରକ, ନଭେମ୍ବର 25(ଖବର ଓଡ଼ିଶା) Share story: ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧିନସ୍ଥ ଦୌଲତପୁର ଅଞ୍ଚଳରେ ବାପା କୁ ପିଟି ପିଟି ମାରିଦେଲେ ପୁଅ, ଝିଅ ଓ ସ୍ତ୍ରୀ. ଏଭଳି ଅଭାବନୀୟ ଘଟଣା ଘଟିଛି ପୀରହାଟ ଅଞ୍ଚଳରେ. ସୂଚନା ଅନୁଯାୟୀ ବାବୁଆ ଦାସ ଓ ତାଙ୍କ ସ୍ତ୍ରୀ ଙ୍କ ସାଙ୍ଗରେ ମତାନ୍ତର ହେବାରୁ ସ୍ତ୍ରୀ ଓ ଛୁଆ ମାନଙ୍କୁ ନେଇ ତାଙ୍କ ସ୍ତ୍ରୀ ବାପ ଘର ସାବରଙ୍ଗ ରେ ରହୁଥିଲେ. ଗତକାଲି ବାବୁଆ ଘର ବାହାରେ ଏକ ଭୋଜି ଖାଇ ଶୋଇଥିବା ବେଳେ ହଠାତ ବାବୁଆ ଙ୍କ ସ୍ତ୍ରୀ,3 ଟି ପୁଅ ଓ ଝିଅ ଆସି ବାପ ବାବୁଆ କୁ ଏକ ଶାବଳ ରେ ଆକ୍ରମଣ କରିଥିଲେ. ଏହି ଆକ୍ରମଣରେ ବାବୁଆ ଗୁରୁତ୍ୱର ହୋଇ ପଡ଼ିଥିଲେ. ତାଙ୍କ ସମର୍କୀୟ ମଣ୍ଟୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା. ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି. ତେବେ ଏହି ଘଟଣା କୁ ମୃତକ ମାଆ ପୀରହାଟ ଥାନାରେ ଲିଖିତ ଅଭିଯୋଗ ପରେ ସ୍ଥାନୀୟ ପୋଲିସ ଜଣେ ପୁଅ କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଖବର ଓଡ଼ିଶା, Reporter, 24/11/2022