ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଯାତ୍ରୀବାହୀ ଅଟୋକୁ ପଛ ପାଖରୁ ଗୋଟିଏ ସ୍କର୍ପିଓ ଧକ୍କା ଦେବା ଫଳରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେ ଅଟୋରେ ଥିବା ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଯାତ୍ରୀ ମାନେ କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁର ଅଞ୍ଜଳି ମଳିକ, ସୁବ୍ରତ ମଳିକ, ବଳଭଦ୍ର ମଳିକ, ସଳିତା ମଳିକ ଓ ଗୌତମ ମଳିକ ବୋଲି ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ସୂଚନା ଅନୁସାରେ,ସମସ୍ତ ଅଟୋ ଯାତ୍ରୀ ମାନେ ଢେଙ୍କାନାଳରୁ ବିବାହ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଆଳତୁମା ଗାଁ ଛକ ନିକଟରେ ପଛ ପଟୁ ଏକ ସ୍କର୍ପିଓ ଗାଡି ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଏକ ଗୋରୁର ମୃତ୍ୟୁ ହୋଇଥିଲା। ଏହାସହ ଅଟୋରେ ଥିବା ଡ୍ରାଇଭରଙ୍କ ସହ ଥିବା ୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଥିଲେ।