Home >
ବିଶ୍ୱର ଶ୍ରେଷ୍ଠ ଓପନର ମାନଙ୍କ ମଧ୍ୟରେ ରୋହିତ ଶର୍ମା ଜଣେ - ଶ୍ରୀକାନ୍ତ
Khabar Odisha:Rohit-Sharma-is-one-of-best-opener-in-current-time--Krishnamachari-Srikanth
ନୂଆଦିଲ୍ଲୀ, ଜୁନ 30 (ଖବର ଓଡ଼ିଶା):


ଏକ ଦିବସୀୟ କ୍ରିକେଟ ରୋହିତ ଶର୍ମା ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି. ଏପରିକି ଭାରତୀୟ ଭାବେ ସବୁଠୁ ବେଶି ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଛି. ସେହିପରି ରୋହିତ ମଧ୍ୟ ଏକଦିବସୀୟ ମ୍ୟାଚରେ ତିନିଥର ଦ୍ବିଶତକ ହାସଲ କରିଛନ୍ତି. ତେବେ ଏ ସବୁକୁ ଦେଖିଲେ ରୋହିତ ବିଶ୍ୱର ଶ୍ରେଷ୍ଠ ଓପନର ବୋଲି ପୂର୍ବତନ ଭାରତୀୟ ଓପନର କ୍ରିଷ୍ଣାମଚାରୀ ଶ୍ରୀକାନ୍ତ କହିଛନ୍ତି. 



ଶତକକୁ ବଡ ସ୍କୋରରେ ପରିଣତ କରିବାର କଳା ରୋହିତଙ୍କ ପାଖରେ ରହିଛି. ଏକଦିବସୀୟ କ୍ରିକେଟରେ 150 ରୁ ଉର୍ଦ୍ଧ ସ୍କୋର କରିବା କଷ୍ଟକର ହେଉଥିବାବେଳେ ରୋହିତ ତିନିଥର ଦ୍ବିଶତକ ହାସଲ କରି ନିଜର କ୍ଲାସ ଦେଖାଇଛନ୍ତି ବୋଲି ଶ୍ରୀକାନ୍ତ ମତ ଦେଇଛନ୍ତି. 


ବର୍ତ୍ତମାନ ସୁଦ୍ଧା ରୋହିତ ଶର୍ମା 224ଟି ଦିନିକିଆ ମ୍ୟାଚରୁ 29ଟି ଶତକ ସହ 9915 ରନ ସ୍କୋର କରିଛନ୍ତି.

  • Tags:

Subscribe

National International State Sports Entertainment