Home >
କ୍ୟାନ୍ସର ଛଡ଼ାଇପାରେ ଋଷ ରାଷ୍ଟ୍ରପତିଙ୍କ ଠାରୁ ପଦ,ଆଶା ଆଶଙ୍କାରେ ବିଶ୍ୱ
Khabar Odisha:Rising-from-the-Russian-presidency-the-world-is-in-the-throes-of-hope
ଦିଲ୍ଲୀ,ନଭେମ୍ବର 22 (ଖବର ଓଡ଼ିଶା):

ଭ୍ଲାଦିମିର ପୁଟିନଙ୍କ ଜଣେ ପ୍ରମୁଖ ସମାଲୋଚକ ଦାବି କରିଛନ୍ତି ଯେ ଋଷ ରାଷ୍ଟ୍ରପତି କର୍କଟ ରୋଗ ସହ ଲଢେଇ କରୁଛନ୍ତି । ତେବେ ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଋଷର ରାଜନେତା ଭାଲେରୀ ସୋଲୋଭାଇ କହିଛନ୍ତି ଯେ ସେ ଏକ ସୂତ୍ରରୁ ଜାଣିବାକୁ ପାଇଛନ୍ତି ଯେ ୬୮ ବର୍ଷିୟ ପୁଟିନ ଫେବୃଆରୀରେ ଅସ୍ତ୍ରୋପଚାର କରିଥିଲେ।

ହେଲେ ପୁଟିନ କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା କଥାକୁ ଋଷ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଡେଲି ମେଲ ରିପୋର୍ଟରେ କୁହାଯାଇଛି ଯେ ପୁଟିନଙ୍କ ପେଟର ଅସ୍ତ୍ରୋପଚାର କରାଯାଇଥିଲା । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଋଷର ରାଜନେତା ଭାଲେରୀ ସୋଲୋଭେ ମଧ୍ୟ ପୁଟିନ ପାର୍କିନ୍ସନ୍ ରୋଗରେ ପୀଡିତ ବୋଲି ଦାବି କରିଛନ୍ତି। ଭାଲେରୀ ସୋଲୋଭାଇ ଆଶଙ୍କା କରିଛନ୍ତି ଯେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ପୁଟିନ ଜାନୁଆରୀରେ ଇସ୍ତଫା ଦେବାକୁ ଯୋଜନା କରୁଛନ୍ତି। ସୋଲୋୱାଇ କହିଛନ୍ତି ଯେ ପୁଟିନ ତାଙ୍କ ଝିଅ କ୍ୟାଟ୍ରିନା ଟିକୋନୋଭାଙ୍କୁ ତାଙ୍କର ଉତ୍ତରାଧିକାରୀ କରିବାକୁ ଚାହୁଁଛନ୍ତି ।

ଏହାପୂର୍ବରୁ ଗୁରୁବାର ପୁଟିନ ଟିଭିରେ ଦେଖାଯାଉଥିବା ବେଳେ କାଶ ହେଉଥିବା ଦେଖିବାକୁ ମିଳିଥିଲା। ପରେ ଏହି ଭିଡିଓଟି ଏଡିଟ୍ କରାଯାଇଥିଲା। ବ୍ରିଟିଶ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତିଙ୍କୁ ନେଇ ସେତେବେଳେ ଗୁଜବ ବଢିବାରେ ଲାଗିଲା ଯେତେବେଳେ , ରାଷ୍ଟ୍ରପତିଙ୍କୁ ଜୀବନବ୍ୟାପୀ ମୋକଦ୍ଦମାରୁ ରକ୍ଷା କରିବା ପାଇଁ ଋଷରେ ଏକ ନୂତନ ବିଲ୍ ଆଗତ କରାଗଲା । ନୂତନ ବିଲ୍ ଅନୁଯାୟୀ, ଏହି ପଦ ଛାଡିବା ପରେ ମଧ୍ୟ ଋଷର ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ କି ପୋଲିସ ତାଙ୍କୁ କିଛି ପଚରାଉଚରା କରିପାରିବ ନାହିଁ।

  • Tags:

Subscribe

National International State Sports Entertainment