ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନଙ୍କୁ ବନ ବିଭାଗ ଗିରଫ କରିଛି। ତାଙ୍କୁ ବାରକୋଟ ଥାନା ଅକ୍ଷରଶିଳା ଗାଁରୁ ଗିରଫ କରାଯାଇଛି। ତାଙ୍କଘରୁ ହରିଣ ଛାଲ ଓ ମୟୂର ପୁଚ୍ଛ ମିଳିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ କିଶୋର ଚନ୍ଦ୍ର ପ୍ରଧାନ ନିଜ ଚାକିରି ସମୟ କାଳରେ ହରିଣ ଛାଲ, ମୟୂର ପକ୍ଷୀ ଘରକୁ ଆଣିଥିବା ସନ୍ଦେହ କରାଯାଉଛି। ତାଙ୍କ ଘରୁ ୧୭ଟି ମୟୁର ପୁଚ୍ଛ, ହରିଣ ଛାଲ ଜବତ କରାଯାଇଛି। ଖବରପାଇ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘରେ ଚଢାଉ କରିଥିଲା ବନବିଭାଗ। ଫରେଷ୍ଟର ପ୍ରଶ୍ନ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ବନ୍ୟପ୍ରାଣୀ ସୁରକ୍ଷା ଆଇନ ବଳରେ ଅଭିଯୁକ୍ତକୁ ଗିରଫ କରିଛି । ଡାକ୍ତରୀ ଯାଞ୍ଚ ପରେ ଅଭିଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।