ପୁରୀରେ ପହଂଚିଲା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁଇନ୍ସ ବାଟନ୍, ସାମିଲ ହୋଇଛନ୍ତି ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍ ପୁରୀ ,ଜାନୁଆରୀ 15(ଖବର ଓଡ଼ିଶା): Share story: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁଇନ୍ସ ବାଟନ୍ ଗତକାଲି ଓଡ଼ିଶା ଆସିଥିବା ବେଳେ ଆଜି ପୁରୀରେ ପହଂଚି । ଗତକାଲି ମଧ୍ୟ ଭୁବନେଶ୍ୱର ପରିଦର୍ଶନ କରାଯାଇଥିଲା । ଆଜି ପୁରୀ ପରେ କୁଇନ୍ସ ବାଟନ କୋଣାର୍କ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଗତବର୍ଷ ଅକ୍ଟୋବର ୭ ତାରିଖରେ ବକିଙ୍ଗହମ୍ ପ୍ୟାଲେସରୁ ଏହି ରିଲେ ବାହାରିଥିବା ବେଳେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ କ୍ଷେତ୍ର ପରିଦର୍ଶନ କରାଯାଉଛି । ଜାନୁଆରୀ ୧୬ ତାରିଖରେ ଏହା ସିଙ୍ଗାପୁର ଅଭିମୁଖେ ମଧ୍ୟ ଯିବ । ୨୯୪ ଦିନରେ ୭୨ଟି କମନୱେଲ୍ଥ ଦେଶ ବୁଲିବା ପରେ ଚଳିତ ବର୍ଷ ଜୁଲାଇ ମାସରେ ଏହି ବାଟନ ଇଂଲଣ୍ଡ ଫେରିଯିବ । ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୮ ତାରିଖ ମଧ୍ୟରେ କମନୱେଲ୍ଥ ଗେମ୍ସ ହେବା ସମ୍ଭାବନା ରହିଛି । ସୁଚନା ଅନୁସାରେ ଆଜି ପୁରୀ ଯାଇଥିବା ଏହି ଟିମ୍ରେ ସାମିଲ ହୋଇଛନ୍ତି ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍ । ଖବର ଓଡ଼ିଶା, Reporter, 15/01/2022