Home >
ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ
Khabar Odisha:Professor-Santosh-Kumar-Tripathi-has-been-appointed-the-new-Chancellor-of-Fakirmohan-University

ବାଲେଶ୍ୱର, ଜୁଲାଇ ୨୨(ଖବର ଓଡ଼ିଶା):  ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତି କରିଛନ୍ତି ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି ପଦବୀରେ ରହିବେ ।

ଏହାପୂର୍ବରୁ ପ୍ରଫେସର ତ୍ରିପାଠୀ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟର ପର୍ସନାଲ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିଲେସନସିପର୍ ପ୍ରଫେସର ଥିଲେ।

ପ୍ରଫେସର ତ୍ରିପାଠୀଙ୍କ ୩୦ ବର୍ଷରୁ ଅଧିକ ଶିକ୍ଷା ପ୍ରଦାନ କରିବାର ଅଭିଜ୍ଞତା ରହିଛି ।  ସେ ୧୦ ଟି ପୁସ୍ତକ ରଚନା କରିଛନ୍ତି ଏବଂ ୧୭ ଟି ପିଏଚଡି ଏବଂ ୪୦ ଏମ.ଫିଲ ଛାତ୍ରଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି।

  • Tags:

Subscribe

National International State Sports Entertainment