Home >
କରୋନା ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ, ଲୁଚାଇଲେ ଆପଣ ମଧ୍ୟ ଚିରଦିନ ପାଇଁ ଲୁଚିଯିବାର ଆଶଙ୍କା ରହିଛି : ସୁବ୍ରତ ବାଗଚୀ
Khabar Odisha:Please-disclose-the-symptoms-of-Corona-it-can-more-dengerous-when-u-hide-it
ଭୁବନେଶ୍ୱର, ଜୁଲାଇ 3 ( ଖବର ଓଡ଼ିଶା):

 ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ କିଛି ଲକ୍ଷଣ ଥିଲେ ଲୁଚାଇବା ମହା ବିପଦ । ଲକ୍ଷଣ ଲୁଚାଇଲେ ପରେ ପସ୍ତାଇବେ ବୋଲି କହିଛନ୍ତି କୋଭିଡ 19 ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି । ଓଡ଼ିଶାରେ ଏବେ ବି ମଧ୍ୟ ବିପର୍ଯ୍ୟୟ ଅବସ୍ଥା ହୋଇନାହିଁ ।ଆମକୁ କରୋନା କଟକଣା ମାନିବାକୁ ପଡ଼ିବ । ନିୟମ ଉଲ୍ଲଙ୍ଘନ ହେଲେ କିପରି ସଂକ୍ରମଣ ବଢୁଛି ତାହା ଆପଣମାନେ ଏବେ ଉପୁଜୁଥିବା ଅବସ୍ଥାରୁ ନିଜେ ଜାଣିପାରୁଥିବେ ।  ତେଣୁ ଆମକୁ ସାବଧାନ ରହିବାକୁ ପଡ଼ିବ । ନଚେତ ପରେ ପସ୍ତେଇବାକୁ ପଡ଼ିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ  ବାଗଚୀ କହିଛନ୍ତି।

ବାଗଚୀ ଆହୁରି ମଧ୍ୟ କହିଛନ୍ତି ଯେ, ଘରକୁ ଘର ବୁଲି ୪୫ ଦିନର ଅଭିଯାନ ଜାରି ରହିବ । ଘର ଘର ଅଭିଯାନ ବେଳେ କୌଣସି ବ୍ୟକ୍ତି କରୋନା ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ସାମାନ୍ୟ ଲକ୍ଷଣ ଥିଲେ ବି ଲୁଚାନ୍ତୁ ନାହିଁ , ଯଦି ଆପଣ ଲୁଚାଇବେ ପରେ ବିପଦରେ ପଡ଼ିବେ। ସାମାନ୍ୟ ଲକ୍ଷଣ ଥିଲେ ମଧ୍ୟ ଅଣଦେଖା କରନ୍ତୁ ନାହିଁ।  ଲକ୍ଷଣ ଲୁଚାଇଲେ ଆପଣ ମଧ୍ୟ ଚିରଦିନ ପାଇଁ ଲୁଚି ଯିବାର ଆଶଂକା ରହିଛି ବୋଲି କହିଛନ୍ତି ବାଗଚୀ ।

ଜନଜୀବନ ବଞ୍ଚାଇବା ପାଇଁ କଠୋର ପଦକ୍ଷେପ ନେବାକୁ ପଡ଼ିବ  । 

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୮୧୦୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫୫୦୨ଜଣ ସୁସ୍ଥ ହୋଇଥିବା ବେଳେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୨୫୬୭ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

  • Tags:

Subscribe

National International State Sports Entertainment