Home >
ପରଲୋକରେ ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ, ୯୩ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ
Khabar Odisha:Padmabhushan-Trilochan-Pradhan-a-physicist-in-the-afterlife-died-at-the-age-of-93
ଭୁବନେଶ୍ୱର, ଡିସେମ୍ବର ୪(ଖବର ଓଡିଶା):

ପରଲୋକରେ ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ । ୯୩ ବର୍ଷ ବୟସରେ ସେ ଶେଷନିଶ୍ୱସ ତ୍ୟାଗ କରିଛନ୍ତି । ନୟାଗଡ ଜିଲ୍ଲାର ଘନସାଳିଆରେ ପଦ୍ମଭୂଷଣ ତ୍ରିଲୋଚନ ୧୯୨୯ ମସିହା ଜାନୁଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଠ ପଢିବା ପରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । 

ପରେ ୟୁନିଭର୍ସିଟି ଅଫ୍ ଚିକାଗୋରେ ମଧ୍ୟ ଅଧ୍ୟୟନ କରିଥିଲେ । ତ୍ରିଲୋଚନ ଦେଶ ବିଦେଶରେ ଅନେକ ଯଶ ଅର୍ଜନ କରିଥିଲେ । ସେ ତିନୋଟି ପୁସ୍ତକ ଦି ଫୋଟନ, କ୍ୱାଣ୍ଟମ୍ ମେକାନିକ୍ସ ଓ ଇଲେକ୍ଟ୍ରନ୍ କ୍ୟାପଚର ବାଏ ପ୍ରୋଟନ ପାସିଂ ଥ୍ରୋ ହାଇଡ୍ରୋଜେନ ଲେଖିଛନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । 

ସେହିପରି ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶକ ଭାବେ ପଦ ସମ୍ଭାଳିଥିଲେ । ୧୯୯୦ ମସିହାରେ ତ୍ରିଲୋଚନଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ୧୯୮୦ରେ ମେଘନାଦ ପୁରସ୍କାର, ୨୦୧ରେ କଳିଙ୍ଗ ପୁରସ୍କାରଓ ୨୦୧୮ରେ କଳିଙ୍ଗ ରତ୍ନ ପୁରସ୍କାର ପାଇଥିଲେ ।

  • Tags:

Subscribe

National International State Sports Entertainment