Home >
ସଡକ ଦୂର୍ଘଟଣାରେ ଜଣେ ମୃତ , ଦୁଇ ଗୁରୁତର
Khabar Odisha:One-dead-2-critical--in-road-accident
ରାୟଗଡା, ଜାନୁଆରୀ ୧୪ (ଖବର ଓଡ଼ିଶା) :

ରାୟଗଡା ଜିଲ୍ଲା ମୁନିଗୁଡା ଥାନା ହୁକୁମତଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୂର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁସାରେ, ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ଜଣକୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ବଣ୍ଡାପିପିଲି ଗାଁର ଶୁକ୍ରୁ ଗୌଡ । ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ କରୁଛି ।

  • Tags:

Subscribe

National International State Sports Entertainment