Home >
ଓମିକ୍ରନ୍ ଭୟ : ୬ ଟି ଜିଲ୍ଲାରେ ସଂକ୍ରମଣ ବଢିବାରୁ ଓଡ଼ିଶାକୁ ତାଗିଦ୍ କଲା କେନ୍ଦ୍ର
Khabar Odisha:Omicron-fears-Center-warns-Odisha-over-infection-in-6-districts

ଭୁବନେଶ୍ୱର, ଡିସେମ୍ବର ୪(ଖବର ଓଡ଼ିଶା): ଦେଶରେ ଓମିକ୍ରନ୍ ଚିହ୍ନଟ ହେବା ପରେ ବଢିଛି ଭୟ । କର୍ଣ୍ଣାଟକ ପରେ ଆଜି ଗୁଜୁରାଟରେ ମଧ୍ୟ ଓମିକ୍ରନ୍ ଭ୍ୟାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଅନ୍ୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଓମିକ୍ରନ୍ ର ଭୟ ଅଧିକ ବଢିଛି ଯାହାକୁ ନେଇ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର କରୋନା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର ।

ଓମିକ୍ରନ୍ ର ଏହି ଆତଙ୍କ ମଧ୍ୟରେ ଆଜି ଓଡ଼ିଶାକୁ ତାଗିଦ୍ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ ପୂର୍ବ ଅପେକ୍ଷା ବର୍ତ୍ତମାନ କରୋନା ସଂକ୍ରମଣରେ ପୁନଶ୍ଚ ବୃଦ୍ଧି ଘଟୁଥିବା ବେଳେ ଟେଷ୍ଟିଂ ମଧ୍ୟ ବହୁ ମାତ୍ରାରେ କମାଇ ଦିଆଯାଇଛି ଯାହାକୁ ନେଇ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ତାଗିଦ୍ କରିଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖି ତାଗିଦ୍ କରିଛନ୍ତି । ବିଶେଷ ଭାବରେ ରାଜ୍ୟରେ ୬ଟି ଜିଲ୍ଲାରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ସଂକ୍ରମଣ ହାର ବଢି ଥିବାରୁ ଚିନ୍ତା ପ୍ରକଟ କରାଯାଇଛି ।

ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର,କେନ୍ଦୁଝର, ଅନୁଗୁଳ ଓ ବଲାଙ୍ଗିର ଭଳି ୬ଟି ଜିଲ୍ଲାରେ ଏବେ ପୁଣି ସଂକ୍ରମଣ ଉପର ମୁହାଁ ହୋଇଛି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଏକପ୍ରକାର ଡେଞ୍ଚର ଜୋନ୍ ରେ ଏବେବି ରହିଛି ଗତ ଗୋଟିଏ ସପ୍ତାହ ମଧ୍ୟରେ ଖୋର୍ଦ୍ଧରେ ୯୦୦ରୁ ଉର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇଛନ୍ତି ।

ଏପଟେ ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ କିନ୍ତୁ ଆରଟିପିସିଆର ଟେଷ୍ଟିଂ କମିଯାଇଛି । ଗତ ସପ୍ତାହ ମଧ୍ୟରେ ଆରଟିପିସିଆର ଟେଷ୍ଟ ୩.୧% କମିଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ମଧ୍ୟ ବଢାଇବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବ ସପ୍ତାହରେ ୪.୦୧ ଲକ୍ଷ ଷଯଷ୍ଟ କରାଯାଇଥିବା ଏଇ ସପ୍ତାହରେ ଟେଷ୍ଟିଂ ସଂଖ୍ୟା ୩.୮୮ କୁ ହ୍ରାସ ପାଇଛି ।

  • Tags:

Subscribe

National International State Sports Entertainment