Home >
ଟାଇମ୍ସ ମାଗାଜିନରେ ଓଡ଼ିଶାର ଜିଲ୍ଲା, ବିଶ୍ୱର ୫୦ ପ୍ରାକୃତିକ ସ୍ଥାନ ତାଲିକାରେ ମୟୁରଭଞ୍ଜ
Khabar Odisha:Odishas-Mayurbhanj-finds-place-in-Time-Magazines-The-Worlds-Greatest-Places-Of-2023
ଖବର ଓଡିଶା : 18/03/2023

 ଟାଇମ୍ସ ମାଗାଜିନରେ ବିଶ୍ୱ ପଢିବ ଓଡ଼ିଶାର ଗାରିମା । ପାଠକ ଦେଖିବେ ମୟୁରଭଞ୍ଜର ପ୍ରାକୃତିକ ଶୋଭା । ଟାଇମ୍ସ ମାଗାଜିନରେ ପ୍ରକାଶିତ ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ-୨୦୨୩ ତାଲିକାରେ ମୟୂରଭଞ୍ଜ ଜିଲ୍ଲା ସ୍ଥାନ ପାଇଥିବାରୁ ଜିଲ୍ଲାବାସୀ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି । ଟାଇମ୍ସ ମାଗାଜିନ ଅନୁସାରେ ମୟୂରଭଞ୍ଜ ହେଉଛି ବିଶ୍ୱର ଏକମାତ୍ର ସ୍ଥାନ, ଯେଉଁଠି ଆପଣ କଳା ବାଘ ଦେଖିପାରିବା ସହ ବିଭିନ୍ନ ମନୋରମ ସ୍ଥାନ ଭ୍ରମଣ କରି ପାରିବେ। ଏଥିସହ ପ୍ରାକୃତିକ ଶୋଭାରାଜିର ଆନନ୍ଦ ନେଇପାରିବ । କେବଳ ଶିମିଳିପାଳ ନୁହେଁ ଜିଲ୍ଲାର ବେଲଗଡ଼ିଆ ରାଜପ୍ରସାଦ, ଏସିଆନ ହାତୀ, ଐତିହାସିକ ମନ୍ଦିର, ମୟୂରଭଞ୍ଜ ଛଉ ନୃତ୍ୟ, ହସ୍ତତନ୍ତ, ଡୋକରା ଓ ସବାଇ ହସ୍ତଶିଳ୍ପ ଇଦ୍ୟାତି ବିଷୟରେ ମଧ୍ୟ ଏହି ପ୍ରମୁଖ ମାଗାଜିନରେ ଉଲ୍ଲେଖ ରହିଛି। ଏହା ସହିତ ସବାଇ ଘାସ ସାମଗ୍ରୀ ଓ ଡୋକ୍ରା କଳାକୃତି ସଂପର୍କରେ ବି ପତ୍ରିକାରେ ଉଲ୍ଲେଖ ରହିଛି । ମୟୂରଭଞ୍ଜରେ ଥିବା ସିମିଳିପାଳ ଅଭୟାରଣ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ପ୍ରାକୃତିକ ପରିବେଶ, ଝରଣା, ଏସୀୟ ହାତୀ, ମହାବଳ ବାଘଙ୍କ ପାଇଁ ଏହା ବିଶ୍ୱର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଏହା ମଧ୍ୟ ଅତ୍ୟନ୍ତ ବିରଳ କଳାବାଘ ପାଇଁ ପ୍ରସିଦ୍ଧ ବୋଲି ଟାଇମ ଉଲ୍ଲେଖ କରିଛି । ମୟୂରଭଞ୍ଜକୁ ବାଦ ଦେଲେ ଭୁବନେଶ୍ୱରର ଐତିହ୍ୟ କୀର୍ତ୍ତିରାଜି ଓ ଜୟପୁରର ନାକଟି ଡଙ୍ଗର ହିଲ୍ ସଂପର୍କରେ ମଧ୍ୟ ଟାଇମ ମାଗାଜିନରେ ଉଲ୍ଲେଖ କରାଯାଇଛି । ଭାରତର ଆଉ ଏକ ସ୍ଥାନ ଲଦାଖ ମଧ୍ୟ ଟାଇମ ମାଗାଜିନର ଏହି ତାଲିକାରେ ସ୍ଥାନ ପାଇଛି । 2023 ବିଶ୍ୱର ସର୍ବଶ୍ରେଷ୍ଠ ସ୍ଥାନଗୁଡିକର ତାଲିକାରେ ଫ୍ଲୋରିଡା, ୱାଶିଂଟନ୍, ଡି.ସି., ବାର୍ସିଲୋନା, କାଇଟୋ, ଜେରୁଜେଲମ୍ ଭଳି ବିଶ୍ୱର ସର୍ବୋତ୍ତମ ସ୍ଥାନ ରହିଛି   ।

Subscribe

National International State Sports Entertainment