Home >
ଆମକୁ ପ୍ରତିଶ୍ରୁତି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଲୋଡ଼ା : ଆନ୍ଦୋଳନରତ ଡ୍ରାଇଭର
Khabar Odisha:Odisha-drivers-strike-to-continue-as-association-not-happy-with-Chief-Secys-assurance
ଖବର ଓଡିଶା : 17/03/2023

"ସରକାରଙ୍କ କଥାରେ ଭରସା ନାହିଁ। ପୂର୍ବରୁ ବହୁ ଥର ପ୍ରତିଶୃତି ଦେଇ ବି ତାହାକୁ ପୂରଣ କରି ନାହାନ୍ତି। ତେଣୁ ଏଥର ପ୍ରତିଶୃତି ନୁହେଁ, ଆମକୁ ଘୋଷଣା ଦରକାର। ଖୋଦ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରନ୍ତୁ" କିଛି ଏହିପରି ପ୍ରତିକ୍ରିୟା ରଖିଛନ୍ତି ଡ୍ରାଇଭର ସଂଘ | ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶୃତିରେ ଖୁସି ନାହାନ୍ତି ସଂଘ ସଦସ୍ୟ। ସରକାର ଘୋଷଣା ନକରିବା ଯାଏ ଆନ୍ଦୋଳନ ଚାଲୁ ରଖିବୁ ବୋଲି ଡ୍ରାଇଭର ସଂଘ ସଭାପତି କହିଛନ୍ତି। ଡ୍ରାଇଭର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଡ୍ରାଇଭରଙ୍କଠୁ ସହଯୋଗ ଲୋଡ଼ୁଛି। ୩ ମାସ ସମୟ ମଗାଯାଇଛି, ଆଶା କରୁଛୁ ସହଯୋଗ କରିବେ। ସେପଟେ ଆନ୍ଦୋଳନରୁ ଓହରିବାକୁ ମୁଖ୍ୟ ସଚିବ ଡ୍ରାଇଭରଙ୍କୁ ନିବେଦନ କରିଛନ୍ତି। ପ୍ରଦୀପ ଜେନା କହିଛନ୍ତି, ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଲୋକେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଧାରଣା ପ୍ରତ୍ୟାହାର ପାଇଁ ବିଭିନ୍ନସ୍ତରରେ ଆଲୋଚନା କରାଯାଉଛି । ଯେଉଁ ସବୁ ଦାବି ରହିଛି ସେ ସବୁକୁ ସହୃଦୟତାର ସହ ବିଚାର ପାଇଁ ଆମେ ପ୍ରତିଶ୍ରୁତି ଦେଇଛି । ପୁଣି ଥରେ ଆମେ ଡ୍ରାଇଭର ସଂଘକୁ ଅନୁରୋଧ କରୁଛୁ ଯେ ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ । ଆଲୋଚନା ସକରାତ୍ମକ ପରେ ବି ଧାରଣା ଦେବା ଠିକ୍ ନୁହେଁ । ଅନ୍ୟପଟେ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଚେତାବନୀ ଦେଲେ ଡିଜିପି । ଡିଜିପି ସୁନିଲ ବଂସଲ କହିଛନ୍ତି ଆଇନ ହାତକୁ ନେଲେ ବରଦାସ୍ତ କରାଯିବନି । ଧାରଣାରେ ବସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ପ୍ରତିଶ୍ରୁତି ମିଳିବା ପରେ ବି ସେମାନେ ଆନ୍ଦୋଳନ ଜାରିରଖିଛନ୍ତି । ଆଇନ ଅନୁସାରେ ଡ୍ରାଇଭର ମାନେ ଧର୍ମଘଟ କରୁନାହାନ୍ତି । ଅନେକ ସ୍ଥାନରେ ପୋଲିସ ଉପରେ ଆକ୍ରମଣ କରାଯାଇଛି । ତେଣୁ ଏଭଳି କରି ସେମାନେ ଆଇନକୁ ହାତକୁ ନେଇଛନ୍ତି । ଆନ୍ଦୋଳନ ନକରି ଆଲୋଚନାକୁ ଆସିବାକୁ ଡ୍ରାଇଭରଙ୍କୁ ଡିଜିପି ଆହ୍ୱାନ ଦେଇଛନ୍ତି ।

Subscribe

National International State Sports Entertainment