Home >
OTM ମାମଲା : ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ
Khabar Odisha:OTM-revival-issue-State-governments-affidavit-filed-in-High-Court
କଟକ : 06/12/2022

OTM ମାମଲାରେ ଆଜି ରାଜ୍ୟସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି | ଓଟିଏମକୁ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେଇସାରିଛନ୍ତି । ଏନେଇ ଆଜି ଏକ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ସରକାରୀ ପକ୍ଷ। 5 ତାରିଖ ଅପରାହ୍ନ 4ଟା ସୁଦ୍ଧା ଓଟିଏମକୁ ନିଜ ଅକ୍ତିଆରକୁ ନେବାଲାଗି ଗତ 3 ତାରିଖ ଦିନ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ । ନଚେତ ମାସିକ 6 ଲକ୍ଷ ଲେଖାଏଁ ତଣ୍ଡ ଗଣିବାକୁ ହେବ ବୋଲି ମଧ୍ୟ କୋର୍ଟ ଚେତାଇ ଦେଇଥିଲେ । ତେବେ ଉକ୍ତ ନିର୍ଦେଶ କାର୍ଯ୍ୟକାରୀ ହୋଇଛି ବୋଲି ଆଜି ହାଇକୋର୍ଟଙ୍କୁ ଅବଗତ କରାଯାଇଛି । କିନ୍ତୁ ଶ୍ରମିକମାନଙ୍କ ପ୍ରାପ୍ୟ, ବକେୟା ଦରମା ଆଦି ପ୍ରଦାନ ପାଇଁ କଣ ପଦକ୍ଷେପ ନିଆଯାଇଛି । ସେନେଇ ତଥ୍ୟ ରଖିବାକୁ  ଲିକ୍ୟୁଡେଟରଙ୍କୁ ନିର୍ଦ୍ଦେଶ ହୋଇଛି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି 20 ଡିସେମ୍ବର 2022 ରେ ଅନୁଷ୍ଠିତ ହେବ। ଓଡିଶାର ଆଡଭୋକେଟ୍ ଜେନେରାଲ୍ ଅଶୋକ ପାରଜା ଗତ ମାସରେ ଓଡ଼ିଶା ହାଇକୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ଓଡିଶା ସରକାର ଓଟିଏମ୍ ଦାୟିତ୍ୱ ଗ୍ରହଣ କରିବେ।

Subscribe

National International State Sports Entertainment