Home >
ରାଜ୍ୟ ବିଜେପି ପାଇଁ ନୂଆ ପ୍ରଭାରୀ ନିଯୁକ୍ତି, ସୁନୀଲ ବଂଶଲ ଓଡ଼ିଶା ସମେତ ୩ ରାଜ୍ୟର ବିଜେପି ପ୍ରଭାରୀ
Khabar Odisha:New-in-charge-appointment-for-state-BJP-3-state-BJP-in-charges-including-Sunil-Fulil-Odisha
ଭୁବନେଶ୍ବର, ଅଗଷ୍ଟ 10(ଖବର ଓଡ଼ିଶା):

ରାଜ୍ୟ ବିଜେପି ପାଇଁ ନୂଆ ପ୍ରଭାରୀ ନିଯୁକ୍ତି । ସୁନୀଲ ବଂଶଲଙ୍କୁ ଓଡ଼ିଶା ବିଜେପି ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । କେବଳ ଓଡ଼ିଶା ନୁହେଁ ପଶ୍ଚିମବଙ୍ଗ, ତେଲେଙ୍ଗାନା ଦାୟିତ୍ୱ ମଧ୍ୟ ମିଳିଛି ।

ଏନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ସୁନୀଲ ବଂଶଲ୨୦୧୪ ଲୋକସଭା ନିର୍ବାଚନରେ ୟୁପିର କୋ-ଇନ୍‌ଚାର୍ଜ ରହିଥିଲେ। ଏହି ସମୟରେ ବିଜେପି ଏଠାରେ ୮୦ଟି ସିଟ୍ ମଧ୍ୟରୁ ୭୩ଟି ସିଟ୍ ଜିତି ରେକର୍ଡ ସୃଷ୍ଟି କରିଥିଲା।

  • Tags:

Subscribe

National International State Sports Entertainment