Home >
ପାକ୍ ରାଷ୍ଟ୍ରପତି ଆରିଫ ଅଲଭିଙ୍କ ଫମ୍ପା ଧମକ, ଭାରତରେ ଜିହାଦ ହମଲା କରିବୁ
Khabar Odisha:National-odisha-pakistan-president-arif-alvi-threat-india-of-jihad-on-pakistan-independence-day-speech
ନୂଆଦିଲ୍ଲୀ,ଅଗଷ୍ଟ୧୪(ଖବର ଓଡ଼ିଶା):

 ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ବିଚଳିତ ପାକିସ୍ତାନ କ୍ରମାଗତ ଭାରତକୁ ଧମକ ଦେବାରେ ଲାଗିଛି। ପାକିସ୍ତାନର ସ୍ଵତନ୍ତ୍ରତା ଦିବସ ଅବସରରେ ବୁଧବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ଭାରତକୁ ଜିହାଦର ଧମକ ଦେଇଛନ୍ତି। ଏଥିରୁ ପାକିସ୍ତାନ କେତେ ହତାଶରେ ଅଛି ତାହା ଆପଣ ଜାଣି ପାରୁଥିବେ। ଏବେ ଏହି ଆତଙ୍କୀ ଦେଶ ଶାନ୍ତିରେ ବି ନିଜର ସ୍ଵାଧୀନତା ଦିବସ ପାଳନ କରି ପାରି ନାହିଁ। ଆରିଫ ଅଲଭି କହିଛନ୍ତି ଏମିତିରେ ପାକିସ୍ତାନ ଯୁଦ୍ଧ ଚାହେଁ ନାହିଁ, ଯଦି ଭାରତ ଯୁଦ୍ଧ କରେ ତେବେ ପାକିସ୍ତାନ ପାଖରେ ଜିହାଦ ବ୍ୟତୀତ ଅନ୍ୟ କୌଣସି ମାର୍ଗ ନାହିଁ।

ପାକିସ୍ତାନର ସ୍ଵାଧୀନତା ଦିବସ ସମାରୋହକୁ ସମ୍ବୋଧିତ କରି କହିଛନ୍ତି ଯେ ଆଜି ପୂରା ଦୁନିଆ ଦେଖୁଛି ଯେ ପାକିସ୍ତାନ କାଶ୍ମୀର ଲୋକଙ୍କ ସହିତ ରହିଛି ଏବଂ ସେମାନଙ୍କୁ ସର୍ବଦା ସମର୍ଥନ କରିବାକୁ ପ୍ରସ୍ତୁତ। ପାକିସ୍ତାନ କାଶ୍ମୀରୀଙ୍କୁ ସାହାଯ୍ୟ କରିବା କେବେ ବି ବନ୍ଦ କରିବ ନାହିଁ। ସେ କହିଛନ୍ତି ପାକିସ୍ତାନ ଏହି ପ୍ରସଙ୍ଗକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ପର୍ଯ୍ୟନ୍ତ ନେଇଯିବ। ଭାରତ ଉପରେ ଆରୋପ ଲଗାଇ କହିଛନ୍ତି  ଭାରତ ଜାମ୍ମୁ-କାଶ୍ମୀରରେ ଏହି ଧରଣର ନିଷ୍ପତ୍ତି ନେଇ ମିଳିତ ଜାତିସଂଘ ନିୟମର ଉଲ୍ଲଂଘନ କରିଛି। ଏହା ସହିତ ସେ ଭାରତ ଉପରେ ସିମଲା ରାଜିନାମା ଭଙ୍ଗ କରିବାର ଆରୋପ ମଧ୍ୟ ଲଗାଇଛି। ଆଶ୍ଚର୍ଯ୍ୟର କଥା ଖୋଦ୍ ପାକିସ୍ତାନ ଏସବୁ ରାଜିନାମାକୁ ପାଳନ କରେ ନାହିଁ। 

ପାକିସ୍ତାନ ଏତେ ବିଚଳିତ ହେବାର କାରଣ କାଶ୍ମୀର ପ୍ରସଙ୍ଗରେ ଏହି ଆତଙ୍କୀ ଦେଶକୁ କେହି ସମର୍ଥନ କରୁ ନାହାନ୍ତି। ପାକିସ୍ତାନ ଅନେକ ଦେଶରେ ସାହାଯ୍ୟର ଭିକ ମାଗିଥିଲା, ମାତ୍ର କେବଳ ତାକୁ ହାତରେ ନିରାଶ ହିଁ ମିଳିଥିଲା। ଚୀନ ହେଉ କି ଆମେରିକା କିମ୍ବା ମିଳିତ ଜାତିସଂଘ ପାକିସ୍ତାନକୁ ଏହି ବିଷୟରେ ସମର୍ଥନ  କରୁ ନାହାନ୍ତି। ପ୍ରତ୍ୟେକ ଦେଶ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ କହିଛନ୍ତି। ହତାଶରେ ଡୁବି ରହିଥିବା ପାକିସ୍ତାନ ଭାରତ ସହିତ କୂଟନୈତିକ ସମ୍ବନ୍ଧ ହ୍ରାସ କରିବା ସହିତ ସମସ୍ତ ପ୍ରକାରର ବାଣିଜ୍ୟିକ ସଂପର୍କ ଛିନ୍ନ କରିଛି। ଏହା ସହିତ ସମଝୌତା ଏକ୍ସପ୍ରେସ ଓ ଦିଲ୍ଲୀ-ଲାହୋର ବସ ସେବା ଉପରେ ମଧ୍ୟ ରୋକ୍ ଲଗାଇଛି।

Subscribe

National International State Sports Entertainment