Home >
ଅଯୋଧ୍ୟା ରାୟ: ମୃତ୍ୟୁର 33 ବର୍ଷ ପରେ ଗୋପାଳ ସିଂହ ବିଶାରଦଙ୍କୁ ମିଳିଲା ପୂଜାର ଅଧିକାର
Khabar Odisha:National-news-Supreme-Court-Ayodhya-Verdict-2019-Gopal-Singh-Visharad-Gets-Worship-Rights-After-33-Years-Of-Death
ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) :

ସୁପ୍ରିମକୋର୍ଟ ଅଯୋଧ୍ୟାର ରାମ ଜନ୍ମଭୂମି-ବବାରୀ ମମଲାରେ ବିବାଦିତ ଭୂମି ରାମଲଲାକୁ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହା ସହ ସୁନ୍ନୀ ୱଫକ ବୋର୍ଡକୁ ଉପଯୁକ୍ତ ସ୍ଥାନରେ 5 ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହି ନିଷ୍ପତ୍ତି ସହ ଅନ୍ୟ ଏକ ନାମ ଚର୍ଚ୍ଚାରେ ରହିଛି । ଏହି ନାଁ ହେଉଛି ଦିବଗନ୍ତ ଗୋପାଳ ସିଂହ ବିଶାରଦ । 

69 ବର୍ଷ ପରେ ଶେଷରେ ସୁପ୍ରିମକୋର୍ଟ ଗୋପାଳ ସିଂହ ବିଶାରଦଙ୍କୁ ରାମ ଜନ୍ମଭୂମିରେ ପୂଜା କରିବାର ଅଧିକାର ଦେଇଛନ୍ତି । କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ମୃତ୍ୟର 33 ବର୍ଷ ପରେ ଆସିଛି । 

ଜାଣନ୍ତୁ, କିଏ ଏହି ଗୋପାଳ ସିଂହ ବିଶାରଦ ?

ଅଯୋଧ୍ୟା ବିବାଦ ଉପରେ ପ୍ରରମ୍ଭିକ ଚାରୋଟି ସିଭିଲ ମାମଲା ମଧ୍ୟରୁ ଗୋଟିଏ ଗୋପାଳ ସିଂହ ବିଶାରଦ ଦାଖଲ କରିଥିଲେ । ଗୋପାଳ ସିଂହ ବିଶାରଦ ଏବଂ ଏମ.ସିଦ୍ଦୀକ ଉଭୟ ରାମ ଜନ୍ମଭୂମି-ବାବରୀ ମସଜିଦ ମମଲାରେ ମୂଳରୁ ଜଡିତ ଥିଲେ, ବର୍ତ୍ତମାନ ଉଭୟଙ୍କ ମୃତ୍ୟୁ ହୋଇ ସାରିଛି । ଏହାପରେ ସେମାନଙ୍କ ଉତ୍ତରାଧିକାରୀମାନେ ପ୍ରତିନିଧିତ୍ୱ କରୁଛନ୍ତି ।  

ବାଦି କରାଯାଉଛି ଯେ 22-23 ଡିସେମ୍ୱରରେ 1949 ମଧ୍ୟ ରାତ୍ରୀରେ ରାମଦାସ ଏବଂ ଅନ୍ୟ ସାଥିମାନେ ପାଚେରୀ ଡେଇଁ ରାମ-ସୀତା ଏବଂ ଲକ୍ଷ୍ମଣଙ୍କ ମୂର୍ତ୍ତି ମସଜିଦ ଭିତରେ ରଖିଥିଲେ । ଏହାପରେ ପ୍ରଚାର କରାଯାଇଥିଲା ଯେ ଭଗବାନ ରାମ ସେଠାରେ ପ୍ରକଟ ହୋଇ ନିଜର ଜନ୍ମସ୍ଥାନ ପୁଣିଥରେ ଫେରି ପାଇଛନ୍ତି । 

ଏହାପରେ ଜାନୁଆରୀ 16, 1950ରେ ଗୋପାଳ ସିଂହ ବିଶାରଦ ସିଭିଲ ଜଜଙ୍କ କୋର୍ଟରେ ସରକାର, ଜହୁର ଅହମଦ ଏବଂ ଅନ୍ୟଙ୍କ ବିରୋଧରେ ମାମଲା ଦାଖଲ କରିଥିଲେ ଯେ, ଜନ୍ମଭୂମି ଉପରେ ସ୍ଥାପିତ ଭଗବାନ ରାମ ଏବଂ ଅନ୍ୟ ମୂର୍ତ୍ତିକୁ ହଟା ନଯାଉ । ଏହାସହ ରାମଲଲାଙ୍କୁ ଦର୍ଶନ ଏବଂ ପୂଜା କରିବା ଉପରେ କୌଣସି ପ୍ରତିବନ୍ଧକ ଲାଗୁ କରା ନଯାଉ । ଏହି ଲଢେଇ ଦୀର୍ଘ ଦିନ ଲଢିବା ପରେ 1986 ମସିହାରେ ଗୋପାଳ ସିଂହ ବିରାଶଦଙ୍କ ନିଧନ ହୋଇଥିଲା । ଗୋପାଳଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ରାଜେନ୍ଦ୍ର ସିଂହ ମାମଲାକୁ ଆଗକୁ ବଢାଇଥିଲେ । ତାଙ୍କର ଆବେଦନ ଉପରେ ସୁନ୍ନୀ ପକ୍ଷଙ୍କ ଓକିଲ ରାଜୀବ ଧାୱନ କହିଥିଲେ ଯେ ଗୋପାଳ ସିଂହ ବିଶାରଦ ପୂଜାର ବ୍ୟକ୍ତିଗତ ଅଧିକାରର ଦାବି କରି ମାମଲା ରୁଜୁ କରିଥିଲେ । ଏବେ ତାଙ୍କ ମୃତ୍ୟୁ ପରେ ତାଙ୍କର ଯାଚିକାର କୌଣସି ଅସ୍ତିତ୍ୱ ରହୁ ନାହିଁ । ଏହାପରେ ମଧ୍ୟ ଯାଚିକା ଉପରେ ଶୁଣାଣି ଜାରି ରହିଥିଲା । ଏବେ ଅଯୋଧ୍ୟା ମାମଲା ଉପରେ ଆସିଥିବା ଏକ ନିଷ୍ପତ୍ତି ସହ ସୁପ୍ରିମକୋର୍ଟ ଗୋପାଳ ସିଂହ ବିଶାରଦଙ୍କୁ ମଧ୍ୟ ପୂଜା କରିବାର ଅଧିକାର ଦେଇଛନ୍ତି । 

Subscribe

National International State Sports Entertainment