Home >
ସାଇ ବାବାଙ୍କ ଜନ୍ମସ୍ଥାନ ବୟାନକୁ ନେଇ ବ୍ୟାକ୍‌ଫୁଟ୍‌ରେ ଉଦ୍ଧବ, କାଲି ଡାକିଲେ ବୈଠକ
Khabar Odisha:National-news-Shutdown-In-Shirdi-Over-Saibaba-Birthplace-Row-Shivsena-On-Backfoot-Uddhav-Thackeray-Calls-Meeting
ମୁମ୍ବାଇ,ଜାନୁଆରୀ ୧୯ (ଖବର ଓଡ଼ିଶା):

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଦବ ଠାକ୍‌ରେଙ୍କ ଦ୍ୱାରା ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଦିଆଯାଇଥିବା ବୟାନ ଉପରେ ବିବାଦ ଥମିବାର ନାଁ ନେଉନି । ରବିବାର ଶିରିଡ଼ିର ବ୍ୟବସାୟୀକ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଏବଂ ରାସ୍ତାଘଟ ଶୂନଶାନ୍ ରହିଥିଲା । ଏହାରି ମଧ୍ୟରେ ଶିରିଡ଼ିର ଶିବସେନା ସାଂସଦ ସଦାଶିବ ଲୋଖଣ୍ଡେ ମଧ୍ୟ ବନ୍ଦକୁ ନିଜର ସମର୍ଥନ ଜଣାଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ପରଭଣୀ ଜିଲ୍ଲାର ପଥରୀକୁ ସାଇ ବାବାଙ୍କ ଜନ୍ମସ୍ଥାନ କହି ସିଏମ ଉଦ୍ଧବ ଠାକରେ ସାଇ ଜନ୍ମସ୍ଥାନ ବିକାଶ ପାଇଁ 100 କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଥିଲେ । ସେବେଠାରୁ ଉନବିଂଶ ଶତାବ୍ଦୀର ସନ୍ଥ ସାଇ ବାବାଙ୍କ ସମର୍ଥକରେ ଅସନ୍ତୋଷ ଦେଖାଦେଇଛି । ସାଇ ବାବାଙ୍କ ସମର୍ଥକଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ବୟାନ ଫରେଇ ନେବା ଦରକାର । 

ଏହାରି ମଧ୍ୟରେ ସମ୍ପୂର୍ଣ୍ଣ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବ୍ୟାପଫୁଟ୍‌ରେ ରଖିଥିବା ଦେଖିବାକୁ ମିଳୁଛି । ସୋମବାର ଏହି ବିବାଦ ଉପରେ ଚର୍ଚ୍ଚା ପାଇଁ ସେ ମୁମ୍ୱାଇରେ ସଚିବାଳୟ ସ୍ତରୀୟ ବୈଠକ ଡକାଇଛନ୍ତି । ଶିରିଡ଼ି ସାଇ ମନ୍ଦିର ସହ ଜଡ଼ିତ ଲୋକ ଏବଂ ଅହମଦନଗର ଜିଲ୍ଲାର ଅଧିକାରୀମାନେ କହିଛନ୍ତି ଯେ ରବିବାର ସକାଳରୁ ବଜାର ବନ୍ଦ ଥିଲା, କିନ୍ତୁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିସର ଭିରତରୁ ଯିବା ଏବଂ ଦର୍ଶନ ପାଇଁ ଅନୁମତି ଥିଲା । 

ଏହାସହ ମନ୍ଦିର କିଚେ୍ନ ପ୍ରସାଦାଳୟ ମଧ୍ୟ ଖୋଲା ରହିଥିଲା, ଯେପରି ସାଇ ଭକ୍ତଙ୍କୁ କୌଣସି ପ୍ରକାର ଅସୁବିଧା ନ ହେବ । ବନ୍ଦ ପରେ ମଧ୍ୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ଏବଂ ପ୍ରସାଦାଳୟରେ ମଧ୍ୟ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଶିରିଡ଼ି ବିନ୍ଦର ସମର୍ଥନ କରି ଶିବସେନା ସାଂସଦ ସଦାଶିବ ଲୋଖଣ୍ଡେ କହିଛନ୍ତି, ‘ମୁଁ ପ୍ରଥମେ ସାଇ ଭକ୍ତ ଏବଂ ପରେ ସାଂସଦ ଅଟେ । ମୁଁ ଏହି ପ୍ରଦର୍ଶନର ସମର୍ଥନ କରୁଛି । ସାଇ ବାବା ସେହି ସମୟରେ ଶିରିଡ଼ି ଆସିଥିଲେ, ଯେତେବେଳେ ତାଙ୍କୁ 16 ବର୍ଷ ହୋଇଥିଲା । ସେ କେବେ ନିଜର ଧର୍ମ କିମ୍ୱା ଜାତିର ଖୁଲାସା କରି ନ ଥିଲେ । ଏହି କାରଣରୁ ତାଙ୍କୁ ଏହି ସବୁରେ ବାଣ୍ଟିବା ଠିକ ନୁହେଁ । ଏହି ପ୍ରସଙ୍ଗରେ ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସହ ଆଲୋଚନ କରିବାକୁ ଯାଉଛି’ ।

Subscribe

National International State Sports Entertainment