Home >
କରତାରପୁର: ପାକିସ୍ତାନ ପିଏମଙ୍କୁ ପ୍ରଶଂସାରେ ପୋତିଲେ ସିଦ୍ଧୁ, ପ୍ରେମର ସିକନ୍ଦର ସହ କଲେ ତୁଳନା
Khabar Odisha:National-news-Navjot-Singh-Sidhu-Praises-Pakistan-Pm-Imran-Khan-Compares-Him-With-Alexander
ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) :

ପାକିସ୍ତାନରେ କରତାରପୁର କରିଡରର ଉଦଘାଟନ ସମାରୋହରେ ସାମିଲ ହୋଇ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ପାକିସ୍ତାନ ପିଏମ ଇମ୍ରାନ ଖାନଙ୍କୁ ପ୍ରଶଂସାରେ ପୋତିଛନ୍ତି । କରିଡର ପାଇଁ ସେ ଇମ୍ରାନ ଖାନଙ୍କ ସହ ପିଏମ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଦଘାଟନୀ ସମାରୋହକୁ ସମ୍ୱୋଧିତ କରି ସିଦ୍ଧୁ ନିଜର ଭାଷଣର ଆରମ୍ଭ ହିଁ ଇମ୍ରାନ ଖାନଙ୍କୁ ଇତିହାସର ରଚୟତା କହି କରିଥିଲେ । 

ସିଦ୍ଧୁ ଇମ୍ରାନଙ୍କ ପ୍ରଶଂସାରେ କବିତା ପଢି ନିଜର ଭାଷଣ ଆରମ୍ଭ କରିଥିଲେ । ନିଜ କବିତାରେ ଇମ୍ରାନଙ୍କୁ ଇତିହାସ ରଚୟତା ବୋଲି କହିଛନ୍ତି । ସିଦ୍ଧୁ କହିଛନ୍ତି , "ସେ ନିଜର ବନ୍ଧୁ ଇମ୍ରାନ ଖାନଙ୍କୁ 14 କୋଟି ଶିଖଙ୍କ ତରଫରୁ ଧନ୍ୟବାଦ ଜଣାଉଛି" । କଂଗ୍ରେସ ନେତା ପାକିସ୍ତାନ ପିଏମ ଇମ୍ରାନ ଖାନଙ୍କ ତୁଳନା ସିକନ୍ଦରଙ୍କ ସହ କରି କହିଛନ୍ତି, "ସିକନ୍ଦର ଡରାଇ ଦୁନିଆ ଜିତିଥିଲେ, ଇମ୍ରାନ ଖାନ ଆପଣ ସେହି ସିକନ୍ଦର ଯିଏ ହୃଦୟ ଜିତି ଦୁନିଆ ଜିତିଛନ୍ତି" । 

ନବଜ୍ୟୋତ ସିଂହ ସିଦ୍ଧୁ କହିଛନ୍ତି, “ବିଭାଜନ ପରେ ପ୍ରଥମ ଥର ପାଇଁ ସୀମା ଭାଙ୍ଗିଛି । କେହି ମଧ୍ୟ ମୋର ବନ୍ଧୁ ଇମ୍ରାନ ଖାନଙ୍କ ଯୋଗଦାନକୁ ଅଣଦେଖା କରିପାରିବ ନାହିଁ । ମୁଁ ମୋଦୀ ଜୀଙ୍କୁ ମଧ୍ୟ ଏଥିପାଇଁ ଧନ୍ୟବାଦ ଜଣାଉଛି” । 

Subscribe

National International State Sports Entertainment