Home >
ରାଷ୍ଟ୍ର ଉଦ୍ଦେଶ୍ୟରେ କରତାରପୁର କରିଡରକୁ ସମର୍ପିତ କଲେ ପିଏମ ମୋଦୀ
Khabar Odisha:National-news-Kartarpur-Corridor-Inaugration-By-PM-Modi-At-Dera-Baba-Nanak
ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) :

ଶେଷରେ ଶିଖ ସମୁଦାୟର ଅନେକ ବର୍ଷର ଇଚ୍ଛା ଆଜି ପୂରଣ ହୋଇଛି ।  550 ବର୍ଷର ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ କରଚତାରପୁର କରିଡର ଦେଶକୁ ସମର୍ପିତ କରିଛନ୍ତି । ଏବେ ଶିଖ ଗୁରୁ ନାନକ ଦେବ ଜୀଙ୍କ ପାକିସ୍ତାନର ନରୋୱାଲା ଜିଲ୍ଲାର ଗାଁ କରତାରପୁର ସ୍ଥିତ ଗୁରୁଦ୍ୱାରା କରତାରପୁର ସାହିବର ଦର୍ଶନ କରିପାରିବେ । 

ପ୍ରଧାନମନ୍ତ୍ରୀ ମୋଦୀ କରିଡର ଉଦଘାଟନ କରିବା ସହ ଗୋଟିଏ ବ୍ୟାଚ କରିଡର ଦେଇ ପାକିସ୍ତାନ ଗସ୍ତରେ ବାହାରିଛନ୍ତି । ଏହି ବ୍ୟାଚରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ଅନେକ ସାଂସଦ, ମନ୍ତ୍ରୀ, ବିଧାୟକ ଏବଂ ଦେଶର ବିଭିନ୍ନ ରାଜ୍ୟର ଜେଣ-ଜଣେ ପ୍ରତିନିଧି ସାମିଲ ରହିଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସକାଳ 9ଟାରେ ବୁସୋବାଲରେ ନିର୍ମାଣ ହୋଇଥିବା ହେଲିପ୍ୟାଡରେ ପହଞ୍ଚିବା ପରେ ରାଜ୍ୟପାଳ ବିପି ସିଂହ ବଦନୋର, କେନ୍ଦ୍ରମନ୍ତ୍ରୀ ହରସିମରକ କୌର ବାଦଲ ଏବଂ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ସ୍ୱାଗତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ଗୁରୁଦ୍ୱାରା ଶ୍ରୀ ବେର ସାହିବ ପହଞ୍ଚି ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ଆଗରେ ନତମସ୍ତକ ହୋଇଥିଲେ ଏବଂ ପ୍ରାର୍ଥନା କରିଥିଲେ  ।

ଡେରା ବାବା ନାନକରେ ପିଏମ ମୋଦୀ ଏକ ଜନସଭାକୁ ସମ୍ୱୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଏମ ମୋଦୀଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ, କେନ୍ଦ୍ରୀୟ ମନ୍ତ୍ରୀ ହରସିମରକ କୌର ବାଦଲ, ଗୁରୁଦାସପୁର ସାଂସଦ ସନ୍ନୀ ଦେଓଲ ଏବଂ ପଞ୍ଜାବର ବରିଷ୍ଠ ନେତାଗଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ସମାରୋହରେ ଉପସ୍ଥିତ ଜନତାଙ୍କୁ ସମ୍ୱୋଧିତ କରିଥିଲେ । 

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶିଖମାନଙ୍କ ତରଫରୁ କୌମୀ ସେବା ଆୱାର୍ଡ ପ୍ରଦାନ କରାଯାଇଥିଲା । ପିଏମ ମୋଦୀ କେନ୍ଦ୍ର ସରକାରଙ୍କ ତରଫରୁ ଗୁରୁ ନାନକ ଜୀଙ୍କ ସ୍ମୃତୀରେ ତିଆରି ହୋଇଥିବା 550 ଟଙ୍କାର ଉନ୍ମୋଚନ କରିଥିଲେ । ଏହାସହ ସେ ପାଞ୍ଚଟି ଡାକ ଟିକେଟ ମଧ୍ୟ ଜାରି କରିଥିଲେ । ଏହି ଡାକ ଟିକେଟ ଉପରେ ପାଞ୍ଚ ଗୁରୁଦ୍ୱାରାର ଫଟୋ ମଧ୍ୟ ରହିଛି ।  

Subscribe

National International State Sports Entertainment