Home >
ପୁଅଙ୍କ ପରି ଝିଅଙ୍କ ବିବାହ ବୟସ ହେଉ ୨୧ ବର୍ଷ, ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ
Khabar Odisha:National-news-Equalise-legal-age-of-marriage-for-men-and-women
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

ଝିଅମାନଙ୍କ ବିବାହ ବୟସ ବୃଦ୍ଧି କରିବା ନେଇ ଏବେ ଦାବି ଉଠିଛି । ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରି ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଝିଅ ମାନଙ୍କ ବିବାହ ପାଇଁ ସର୍ବନିମ୍ମ ବୟସ 21 ବର୍ଷ କରିବାକୁ ଦାବି କରିଛନ୍ତି । ଆବେଦନରେ ସେ ଭାରତ ସରକାରଙ୍କୁ ମଧ୍ୟ ପାର୍ଟି କରିଛନ୍ତି । ଆବେଦନକାରୀ ସାଂସଦ କହିଛନ୍ତି ପୁଅଙ୍କ ତୁଳନାରେ ଝିଅଙ୍କ ବୟସ କମ କରିବା ସମ୍ୱିଧାନରୁ ମିଳିଥିବା ସମାନତା, ସ୍ୱତନ୍ତ୍ରତା ଏବଂ ବଞ୍ଚିବାର ମୌଳିକ ଅଧିକାରର ଉଲ୍ଲଂଘନ ଅଟେ । 

ଉପାଧ୍ୟାଯ ନିଜ ଯାଚିକାରେ କହିଛନ୍ତି, ବର୍ତ୍ତମାନ ପୁଅଙ୍କ ବିବାହ ବୟସ ପାଇଁ ସର୍ବନିମ୍ନ ବୟସ 21 ବର୍ଷ ରହଛି  । ଯେତେବେଳେ କି ଝିଅମାନଙ୍କ ପାଇଁ  18 ବର୍ଷ ରହିଛି । ଏହି ବ୍ୟବଧାନର ଆଧାର କଣ ? ଯାହା ବି ଆଧାର ରହିଛି ତାହା ପିତ୍ରୁସତ୍ୟାତ୍ମକ ଚିନ୍ତାଧାରା ଯାହା ଝିଅମାନଙ୍କୁ ଆତ୍ମନିର୍ଭର କରିବା ରାସ୍ତାରେ ବାଧକ ଅଟେ । ଉପାଧ୍ୟାୟ ନିଜ ଆବେଦନରେ ଯୁକ୍ତି ବାରିଛନ୍ତି ଯେ ବିନା କୌଣସି ବୈଜ୍ଞାନିକ ଅଧ୍ୟୟନରେ ଝିଅମାନଙ୍କ ବିବାହ ବୟସ କମ କରାଯାଇଛି । 

ଅବେଦନକାରୀ କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ ଭାରତରେ ପୁଅଙ୍କ ତୁଳନାରେ ଝିଅଙ୍କ କମ ବୟସରେ ବିବାହ ପାଇଁ ଧାର୍ଯ୍ୟ କରାଯାଇଥିବା ବୟସସୀମା ଗ୍ଲୋବାଲ ଟ୍ରେଡ୍ସର ବିରୋଧ ଅଟେ । କେବଳ ଏତିକି ନୁହେଁ, ଏହା ସମ୍ୱିଧାନର ଧାରା 14,15 ଏବଂ 21କୁ ଉଲ୍ଲଂଘନ କରୁଛି । ମହିଳାଙ୍କ ସମାନତା ଏବଂ ଗରିମାର ଅଧିକାର ବିରୋଧ ଅଟେ । କୋର୍ଟଙ୍କୁ ଅବଗତ କାରାଇ ଉପାଧ୍ୟାୟ କହିଛନ୍ତି ଦୁନିଆର 125ରୁ ଅଧିକ ଦେଶରେ ମହିଳା ଏବଂ ପୁରୁଷଙ୍କ ବିବାହ ପାଇଁ ସମାନ ବୟସ ଧାର୍ଯ୍ୟ କରାଯାଇଛି । ଭାରତରେ ମଧ୍ୟ ଏନେଇ ଅନେକ ଦାବି ହୋଇଛି । ନ୍ୟାସନେଲ ହ୍ୟୁମନ ରାଇଟ୍‌ସର କମିଶନ ଗତ ବର୍ଷ ଅଗଷ୍ଟ 29-30 ତାରିଖରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ ସେମିନାରରେ ବିବାହ ପାଇଁ ପୁଅ ଏବଂ ଝିଅଙ୍କ ବସୟସୀମା ସମାନ କରିବା ନେଇ ଯୁକ୍ତି କରିଥିଲେ । 

ଉପାଧ୍ୟାୟ ଆବେଦନରେ WHOର ରିପୋର୍ଟକୁ ମଧ୍ୟ ଦର୍ଶାଇଛନ୍ତି । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ମହିଳାମାନେ 20 ବର୍ଷ ପୂର୍ବରୁ ଗର୍ଭବତୀ ହୁଅନ୍ତି, ସେହି ମହିଳା ଏବଂ ତାଙ୍କ ନବଜାତ ଶିଶୁ କମ ଓଜନ ହେବା ସହ ଅନେକ ଶାରିରୀକ ମସସ୍ୟାର ସାମ୍ନା କରିଥାନ୍ତି । ଯାଚିକାରେ ଝିଅଙ୍କ ବିବାହ ବୟସ 21 ବର୍ଷ କରିବାକୁ ଦାବି କରାଯାଇଛି । 

Subscribe

National International State Sports Entertainment