Home >
ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିଥିଲେ ଗୁରୁନାନକ , ସୁପ୍ରିମକୋର୍ଟଙ୍କ ରାୟରେ ହୋଇଛି ଉଲ୍ଲେଖ
Khabar Odisha:National-news-Aodhya-Verdict-Guru-Nanak-Dev-Also-Visited-Ram-Temple-In-Ayodhya
ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) :

ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟରେ ଗୁରୁନାନକ ଦେବଙ୍କ କଥା ଉଲ୍ଲେଖ କରାଯାଇଛି । କୋର୍ଟର 1045 ପୃଷ୍ଠାର ନିଷ୍ପତ୍ତିରେ ଜଣେ ସାକ୍ଷ୍ୟଙ୍କ ଅନୁସାରେ ଏହା କୁହାଯାଇଛି ଯେ ଶିଖଙ୍କ ପ୍ରଥମ ଗୁରୁ ଗୁରୁନାନକ ଦେବ ଅଯୋଧ୍ୟା ଗସ୍ତ କରିଥିଲେ ଏବଂ ଭଗବାନ ରାମଙ୍କୁ ଦର୍ଶନ କରିଥିଲେ । 

କୋର୍ଟରେ ରୁଜୁ ହୋଇଥିବା ଅନେକ ଯାଚିକା ମଧ୍ୟରୁ ଏକ ମାମଲାରେ ସାକ୍ଷ୍ୟ ଭାବେ କୋର୍ଟରେ ଉପସ୍ଥିତ ହୋଇଥିବା ରାଜେନ୍ଦ୍ର କୁମାର ଏହା ଦାବି କରିଥିଲେ । ନିଷ୍ପତ୍ତିରେ କୁହାଯାଇଛି ଯେ, ରାଜେନ୍ଦ୍ର ସିଂହଙ୍କ ଶିଖ ଧର୍ମ ସାହିତ୍ୟ ଏବଂ ସଂସ୍କୃତରେ ରୁଚି ରହିଥିଲା । ସାକ୍ଷ୍ୟ ଗ୍ରହଣ ସମୟରେ ସେ ଶିଖ ଧର୍ମର ପୁସ୍ତକ ଗୁଡିକର ଉଲ୍ଲେଖ କରିଥିଲେ । ଏହାସହ ରାଜେନ୍ଦ୍ର ସିଂହ ଦାବି କରିଥିଲେ ଗୁରୁନାନକ ଦେବଜୀ ରାମ ଜନ୍ମଭୂମି ମନ୍ଦିର ଦର୍ଶନ ପାଇଁ ଅଯୋଧ୍ୟା ଆସିଥିଲେ । 1510ରୁ 1511 ମଧ୍ୟରେ ଗୁରୁନାନକ ଅଯୋଧ୍ୟା ଆସିଥିଲେ । ଯେତେବେଳେ କି ବାବାରୀ ମସଜିଦର ନିର୍ମାଣ 1528ରୁ 1530 ମଧ୍ୟରେ ହୋଇଥିଲା । 

ରାଜେନ୍ଦ୍ର ସିଂହ ଅନେକ ଜନ୍ମ ସଖୀ (ଗୁରୁ ନାନକ ଦେଙ୍କ ଜୀବନୀ) ଉପସ୍ଥାନ କରିଥିଲେ, ଯେଉଁଥିରେ ତାଙ୍କର ଅଯୋଧ୍ୟା ଗସ୍ତ ଏବଂ ରାମ ଜନ୍ମଭୂମିର ଦର୍ଶନର କଥା କୁହାଯାଇଛି । ଆହ୍ଲାବାଦ କୋର୍ଟର ଜଷ୍ଟିସ ସୁଧୀର ଅଗ୍ରୱାଲଙ୍କ ନିଷ୍ପତ୍ତିରେ ମଧ୍ୟ ସାକ୍ଷ୍ୟଙ୍କ ଆଧାରରେ ଅନେକ ଜନ୍ମ ସଖୀ କଥା ଉଲ୍ଲେଖ କରାଯାଇଛି । ସାକ୍ଷୀମାନେ ଏହାକୁ ସତ୍ୟପାଠ ଭାବେ କୋର୍ଟରେ ଆଗତ କରିଥିଲେ । 

ଏହା ଅନୁସାରେ ଅନେକ ପୁସ୍ତକରେ ଏହା ସ୍ପଷ୍ଟ ଯେ ଗୁରୁ ରାମଚନ୍ଦ୍ରଜୀ ଏବଂ ଗୁରୁ ନାନକ ଦେବ ଅଯୋଧ୍ୟାରେ ରାମଜନ୍ମଭୂମି ମନ୍ଦିର ଦର୍ଶନ କରିଥିଲେ । ଏହାହିଁ ନୁହେଁ ଗୁରୁ ତେଗ ବହାଦୁର ଏବଂ ତାଙ୍କ ପୁଅ ଗୁରୁ ଗୋବିନ୍ଦ ସିଂହ ମଧ୍ୟ ଅଯୋଧ୍ୟା ଗସ୍ତ କରିଥିଲେ ।  

Subscribe

National International State Sports Entertainment