Home >
ଅଯୋଧ୍ୟା ରାୟ: ସାମାଜିକ ଗଣମାଧ୍ୟମରେ ଉତ୍ତେଜନାମୂଳକ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ : ଡିଜିପି
Khabar Odisha:National-State-Odisha-Adequate-Forces-Deployed-To-Maintain-Peace-After-Ayodhya-Verdict-Odisha-DGP
ଭୁବନେଶ୍ୱର, ନଭେମ୍ବର ୦୯(ଖବର ଓଡ଼ିଶା):

ଅଯୋଧ୍ୟାରେ ଐତିହାସିକ ରାମମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ବଡ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ରାୟ ପରେ ବିଭିନ୍ନ ସଂପ୍ରଦାୟ ସହ ଶାନ୍ତି ବଜାୟ ରଖିବାକୁ କୁହାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ଓଡ଼ିଶା ସରକାର ମଧ୍ୟ ଅଯୋଧ୍ୟା ମାମଲାକୁ ନେଇ ରାଜ୍ୟରେ ସତର୍କତା ଅବଲମ୍ବନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାରର ଗୁଜବ ଏବଂ ଉତ୍ତେଜକମୂଳ ପୋଷ୍ଟ କରି  ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ବାେଲି  ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି। 

ସୁପ୍ରିମକୋର୍ଟ ଏହି ବିବାଦୀୟ ଜମିକୁ ରାମଜନ୍ମଭୂମି ନ୍ୟାସକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହି ସମୟରେ ମୁସଲିମ ପକ୍ଷଙ୍କୁ ଅଲଗା ସ୍ଥାନରେ ଜମି ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ସୁନ୍ନୀ  ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ମସଜିଦ ନିର୍ମାଣ କରିବାକୁ ଯୋଗାଇ ଦେବାକୁ ଅଦାଲତ କହିଛନ୍ତି। ଏହା ସହ ୩ ମାସ ମଧ୍ୟରେ ଯୋଜନା ପ୍ରସ୍ତୁତି କରିବାକୁ କେନ୍ଦ୍ରକୁ ନିଷ୍ପତ୍ତି ଦିଆଯାଇଛି। 

ଅଯୋଧ୍ୟା ରାୟ ପରେ  ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି । ସମ୍ବେଦନଶୀଳ ଅଞ୍ଚଳ ଓ ଜିଲ୍ଲାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବିଭିନ୍ନ ସଂପ୍ରଦାୟ ସହ ଶାନ୍ତି ବଜାୟ ରଖିବାକୁ ଆଲୋଚନା ହୋଇଛି । ଘଟଣା ଉପରେ ନଜର ରଖିବାକୁ ସବୁ ଏସ୍‌ପିଙ୍କୁ ନିର୍ଦେଶ ଦିଆଯାଇଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ହେବ ଏବଂ  ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖାଯାଇଛି ବୋଲି ନେଇ ଡିଜିପିଙ୍କ ପ୍ରତିକ୍ରିୟା ଦେଇଛନ୍ତି ।

  • Tags:

Subscribe

National International State Sports Entertainment