Home >
ସେନା କ’ଣ କିଣିବ, ପ୍ରାଥମିକତା ନିର୍ଦ୍ଧାରଣ କରୁଛନ୍ତି ସିଡିଏସ ବିପିନ ରାୱତ
Khabar Odisha:Nation-What-to-brought-for-army-CDS-Bipin-Rawat-is-finalizing-the-priority

ନୂଆଦିଲ୍ଲୀ, ଫେବୃଆରୀ ୧୫ (ଖବର ଓଡ଼ିଶା): ପ୍ରତିରକ୍ଷା ମନ୍ତ୍ରାଳୟ ଭାବେ ଗଠନ କରାଯାଇଥିବା ମିଲିଟାରୀ ଆଫାୟାର୍ସ ଡିପାର୍ଟମେଣ୍ଟ (ଡିଏମଏ) ତରଫରୁ ଅନ୍ତରୀଣ ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଏହାକୁ ସୌଜନ୍ୟମୂଳକ ଭାବେ ଗଠନ ପାଇଁ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରାଳୟ ନିକଟକୁ ପଠାଯାଇଛି । ଏହି ବିଭାଗର ସଚିବ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ବିପିନ ରାୱତ ।  

ସିଡିଏସର ଏକ ଗୁରୁତ୍ୱପୂର୍ଣ୍ଣ କାମ ହେଲା ତିନି ସେନା ପାଇଁ କିଣିବାରେ ପ୍ରାଥମିକତା ନିର୍ଦ୍ଧାରଣ କରିବ । ଏଥି ପାଇଁ କାମ ଚାଲିଛି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ଆସନ୍ତା ବୈଠକରେ ସେନା ପାଇଁ କିଣାଯିବା ମାମଲା ସିଡିଏସ ପ୍ରାଥମିକତା ନିର୍ଦ୍ଧାରଣ କରିବେ । 

ସିଡିଏସ ଜେନେରାଲ ବିପିନ ରାୱତଙ୍କ ପ୍ରତିରକ୍ଷା ପରାମର୍ଶଦାତା ମେଜର ଜେନେରାଲ ମୁକେଶ ଅଗ୍ରୱାଲ କହିଛନ୍ତି, ଏବେ ଆମ ପାଖରେ ଅନ୍ତରୀଣ ଢାଞ୍ଚା ରହିଛି । ଏବେ ଆର୍ଥିକ ପାୱାର ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବଙ୍କୁ ମିଳି ନାହିଁ । କାରଣ ଏବେ ବି ମଞ୍ଜୁରୀ ଆସିବାର ଅଛି । ଆମେ ଏଥି ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଡିଏମଏ ଏବେ ଯେଉଁ ଯୋଜନା କରୁଛନ୍ତି, ତାହା ପାଖାପାଖି ଏକ ବର୍ଷ ଯାଏଁ କାମ କରି ଦେଖାଯିବ । 

  

 

  • Tags:

Subscribe

National International State Sports Entertainment