Home >
ଔଷଧ ଯୋଗାଣ ନେଇ ଭାରତ ସହଯୋଗ ନ କଲେ ଏହାର ଜବାବ ଦିଆଯିବ: ଡୋନାଲ୍ଡ ଟ୍ରମ୍ପ
Khabar Odisha:Nation-coronavirus-medical-supply-Donald-Trump-India-Narendra-Modi-Hydroxychloroquine

ନୂଆଦିଲ୍ଲୀ, ଏପ୍ରିଲ ୦୭ (ଖବର ଓଡ଼ିଶା): କରୋନା ଭାଇରସ ସଂକ୍ରମଣ ସହ ଲଢ଼େଇ କରୁଥିବା ଆମେରିକା ବିପଦ ସମୟରେ ଭାରତର ସହାୟତା ଲୋଡ଼ିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିଗତ ଦିନରେ ଫୋନରେ କଥା ହୋଇଛନ୍ତି । ଟ୍ରମ୍ପ ଓ ମୋଦୀ କରୋନା ଭାଇରସ ନେଇ ଚର୍ଚ୍ଚା କରିଛନ୍ତି । ସେହି ସମୟରେ ଟ୍ରମ୍ପ ଏକ ଔଷଧର ଯୋଗାଣ ପୁଣି ଥରେ କରିବାକୁ କହିଥିଲେ । କିନ୍ତୁ ଏବେ ଦୁଇ ଦିନ ପରେ ଟ୍ରମ୍ପ କହିଛନ୍ତି, ଯଦି ଭାରତ ସହଯୋଗ କରିବ ନାହିଁ, ଏହାର କଡ଼ା ଜବାବ ଦିଆଯିବ । 

ହ୍ୱାଇଟହାଉସରେ ମଙ୍ଗଳବାର ଟ୍ରମ୍ପ କହିଛନ୍ତି, ରବିବାର ସକାଳୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲି । ମୁଁ ତାଙ୍କୁ କହିଥିଲି ଯେ, ଯଦି ଆପଣ ହାଇଟ୍ରୋକ୍ସିକ୍ଲୋରୋକୁଇନ ଯୋଗାଇବେ, ତା’ହେଲେ ବହୁତ ଭଲ ହେବ । କିନ୍ତୁ ସେ ଯଦି ଏହା ନ କରୁଛନ୍ତି, ଏହାର କଡ଼ା ଜବାବ ଦିଆଯିବ । 

 

  • Tags:

Subscribe

National International State Sports Entertainment