Home >
ଉତ୍ତର ପ୍ରଦେଶ: ଭଉଣୀମାନଙ୍କୁ ରକ୍ଷାବନ୍ଧନ ଉପହାର ଦେଲେ ଯୋଗୀ ସରକାର
Khabar Odisha:Nation-UP-Yogi-Adityanath-announces-two-gifts-on-Raksha-bandhan-full-details

ଲଖନଉ, ଅଗଷ୍ଟ ୦୨ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଜାରି କରୋନା ସଂକଟ ସମୟରେ ରକ୍ଷାବନ୍ଧନ ଅବସରରେ ଭଉଣୀମାନଙ୍କୁ ଉପହାର ଦେଇଛନ୍ତି । ସରକାର ରବିବାର ଲକଡାଉନ କଟକଣାରେ କୋହଳ କରି ଅଗଷ୍ଟ ୨ ତାରିଖ ସମସ୍ତ ରାକ୍ଷୀ ଦୋକାନ ଓ ମିଠା ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ବ୍ୟତୀତ ସରକାର ରୋଡୱେଜ ବସରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରକ୍ଷାବନ୍ଧନ ଅବସରରେ ପୋଲିସକୁ ପେଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ରକ୍ଷାବନ୍ଧନ ଅବସରରେ କୋଭିଡ-୧୯ ପ୍ରଟୋକଲ ପାଳନ କରାଯିବ । ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ସର୍ବସାଧାରଣ ସ୍ଥଳରେ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ । କାର୍ଯ୍ୟକ୍ରମ ଘରେ କରନ୍ତୁ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି । 

 

  • Tags:

Subscribe

National International State Sports Entertainment