Home >
ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ? ୨୭ରେ ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ, ବାଛିବେ ନିଜ ପସନ୍ଦର ନେତା
Khabar Odisha:Nation-Rajasthan-congress-MLA-meet-leadership-in-Delhi-give-opinion-on-new-CM

ଜୟପୁର, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): କଂଗ୍ରେସ ଅଧ୍ୟକ୍ଷ ପଦବି ପାଇଁ ନିର୍ମାଚନ ଲଢ଼ିବାକୁ ଅଶୋକ ଗହଲୋତ ସଂକେତ ଦେଇସାରିଛନ୍ତି । ସେ ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଲଢ଼ିବାକୁ ସେପ୍ଟେମ୍ବର ୨୪ରେ ନାମାଙ୍କନ ପତ୍ର ଦାଖଲ କରିବେ । ଏଥି ସହିତ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ରାଜସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ସୂତ୍ର ଅନୁସାରେ ସେପ୍ଟେମ୍ବର ୨୭ ତାରିଖରେ ରାଜସ୍ଥାନର କଗ୍ରେସ ବିଧାୟକମାନେ ଦିଲ୍ଲୀ ଗସ୍ତ କରିପାରନ୍ତି । ସେଠରେ ସେମାନେ ମୁଖ୍ୟମନ୍ତ୍ରୀ ପଦବିକୁ ନେଇ ନେତୃତ୍ୱ ସ୍ଥିର କରିପାରନ୍ତି । 

ଏମିତିରେ ବି ବିଗତ କିଛି ମାସ ହେଲା ରାଜସ୍ଥାନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ବୁଧବାର ସୋନିଆ ଗାନ୍ଧିଙ୍କୁ ଭେଟିବା ସମୟରେ ଅଶୋକ ଗହଲୋତ ଅନ୍ୟ କୌଣସି ନେତାଙ୍କ ନାକୁ ପ୍ରସ୍ତାବ ଦେଇଥିଲେ । 

ଅଶୋକ ଗହଲୋତ ବୁଧବାର ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ । ସୂତ୍ର ଅନୁସାରେ ବୈଠକରେ ସେ ମୁଖ୍ୟମନ୍ତ୍ରୀ ପଦବି ପାଇଁ ରାଜସ୍ଥାନର ବର୍ତ୍ତମାନ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ନାଁକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟପଟରେ ବିଗତ ଦିନରେ ଯୋଶୀ ଓ ଗହଲୋତଙ୍କ ଖରାପ ସଂପର୍କ କାହାରିକୁ ଅଛପା ରହିନାହିଁ । ତେବେ ୨୦୨୦ରେ ଯୋଶୀ କଥିତ ଭାବେ ଗହଲୋତଙ୍କୁ ନିଜର ସରକାର ବଞ୍ଚାଇବାରେ ବଡ଼ ସହଯୋଗ କରିଥିଲେ । 

 

  • Tags:

Subscribe

National International State Sports Entertainment