Home >
ଆସନ୍ତା ସପ୍ତାହରୁ ଅମରନାଥ ଯାତ୍ରା; ପ୍ରସ୍ତୁତି ନେଇ ସମୀକ୍ଷା କଲେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ
Khabar Odisha:Nation-JK-LG-Manoj-Sinha-reviews-for-upcoming-Amarnath-Yatra-preparations

ଶ୍ରୀନଗର, ଜୁନ୍ ୨୪ (ଖବର ଓଡ଼ିଶା): ଅମରନାଥ ଯାତ୍ରା ଚଳିତ ମାସ ୩୦ ତାରିଖ ଠାରୁ ଆରମ୍ଭ ହେବ । ଏଥି ପାଇଁ ଜମ୍ମୁ କଶ୍ମୀର ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା କେମିତି କରାଯାଉଛି ଉପରାଜ୍ୟପାଳ ସେ ଉପରେ ଅବଗତ ହୋଇଛନ୍ତି । ଏହି ବୈଠକରେ ମୁଖ୍ୟ ସଚିବ ଓ ଗୃହ ବିଭାଗର ବରିଷ୍ଠ ସୁରକ୍ଷା ଅଧିକାରୀ, ଜମ୍ମୁ କଶ୍ମୀର ପୋଲିସ, ଆର୍ମି, ଗୁଇନ୍ଦା ସଂସ୍ଥା, ସିଆରପିଏଫ, ବିଏସ୍‌ଏଫରୁ ସଦସ୍ୟ ଉପସ୍ଥିତ ଥିଲେ । 

ଉପରାଜ୍ୟପାଳ ମନୋଜ ସିହ୍ନା ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କ ସହିତ ବିସ୍ତୃତ ଚର୍ଚ୍ଚା କରିଥିଲେ । ଅମରନାଥ ଯାତ୍ରା ପାଇଁ କ’ଣ ସବୁ ବ୍ୟବସ୍ଥା ଏପର୍ଯ୍ୟନ୍ତ ସରିଛି, ତାହା ଜାଣିଥିଲେ । ଟେଲିକମ ସଂଯୋଗୀକରଣ, ସ୍ୱାସ୍ଥ୍ୟ ସେବା, ଇଲେକ୍ଟ୍ରି, ଜଳ ଯୋଗାଣ, ପାଗ, ସଫେଇ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଠିକ ମୁକାବିଲା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । 

ସୂଚନାଯୋଗ୍ୟ, ଅମରନାଥ ଯାତ୍ରା ପାଇଁ ଅନ୍‌ଲାଇନ୍ ପଂଜୀକରଣ ପୂର୍ବରୁ ଆରମ୍ଭ ହୋଇଯାଇଛି । ଚଳିତ ଥର ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ଦକ୍ଷିଣ କଶ୍ମୀରରେ ଥିବା ଅମରନାଥ ଯାତ୍ରା କରିପାରନ୍ତି । ୪୩ ଦିବସୀୟ ଏହି ଯାତ୍ରା ଅଗଷ୍ଟ ୧୧ ତାରିଖରେ ଶେଷ ହେବ । 

 

  • Tags:

Subscribe

National International State Sports Entertainment