Home >
ଆଇଏଏସ୍ ଅଫିସରଙ୍କ ସଂପତ୍ତି ଆୟ ଠାରୁ ୫୦୦ ଗୁଣ ଅଧିକ, ଚାକିରିରୁ ନିଲମ୍ବିତ
Khabar Odisha:Nation-IAS-Ram-Vilas-Yadav-suspended-in-Uttarakhand-and-arrest-in-disproportionate-assets-case

ଡେରାଡୁନ, ଜୁନ୍ ୨୩ (ଖବର ଓଡ଼ିଶା): ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ସାମ୍ନା କରିଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ଚର୍ଚ୍ଚିତ ଅଧିକାରୀ ରାମ ବିଳାସ ଯାଦବଙ୍କୁ ତତ୍‌କାଲ ନିଲମ୍ବିତ କରିଦିଆଯାଇଛି । କେବଳ ସେତିକି ନୁହେଁ ନିଲମ୍ବନର ଅଳ୍ପ ସମୟ ମଧ୍ୟରେ ରାମ ବିଳାସଙ୍କୁ ଗିରଫ କରାଯାଇଛି । ସେ ଉତ୍ତରାଖଣ୍ଡ ସରକାରରେ ସମାଜ କଲ୍ୟାଣ ବିଭାଗରେ ସଚିବ ଥିଲେ । 

ଭିଜିଲାନ୍ସ ନିର୍ଦ୍ଦେଶକ ଅମିତ ସିହ୍ନା କହିଛନ୍ତି ଯେ, ବୁଧବାର ଅପରାହ୍ନ ୧୨ଟା ୪୫ରେ ଭିଜିଲାନ୍ସ କାର୍ଯ୍ୟାଳୟ ପହଞ୍ଚି ଥିଲେ । ସେଠାରେ ରାମ ବିଳାସଙ୍କୁ ପଚରାଉଚରା କରାଯାଇଥିଲା । ପଚରାଉଚରା ସମୟରେ ତାଙ୍କୁ ଅଟକ ରଖାଯାଇଥିଲା । ପରେ ଗିରଫ କରି ଜେଲ ପଠାଇ ଦିଆଯାଇଛି । ତାଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିଛି । ଡେରାଡୁନ, ଲଖନଉ, ଗାଜିପୁର ସମେତ ଅନ୍ୟ ସ୍ଥାନରେ ରାମ ବିଳାସ ଯାଦବଙ୍କ ନାଁରେ ଆୟ ତୁଳନାରେ ୫୦୦ ଗୁଣ ସଂପତ୍ତି ଥିବା ସୂଚନା ମିଳିଛି । ଏହି ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । 

 

  • Tags:

Subscribe

National International State Sports Entertainment