Home >
କର୍ଣ୍ଣାଟକ: ଚଳନ୍ତା ବସରେ ଲାଗିଲା ନିଆଁ, ଜଣେ ଶିଶୁ ସମେତ ୫ ମୃତ ଓ ୨୭ ଆହତ
Khabar Odisha:Nation-Five-people-including-a-baby-charred-to-death-and-27-injured-Karnataka

ବେଙ୍ଗାଲୁରୁ, ଅଗଷ୍ଟ ୧୨ (ଖବର ଓଡ଼ିଶା): ଚଳନ୍ତା ବସରେ ନିଆଁ ଲାଗିଛି । କର୍ଣ୍ଣାଟକର ଚିତ୍ରଦୁର୍ଗା ଜିଲ୍ଲା ନିକଟ ହିରିୟୁରରେ ୪ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ମଧ୍ୟରାତ୍ରୀରେ ବସରେ ନିଆଁ ଲାଗିବାରୁ ଜଣେ ଶିଶୁଙ୍କର ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ମୋଟ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ବସରେ ଅଗ୍ନିକାଣ୍ଡ ଜନିତ ଖବର ମିଳିବା ପରେ ଜାତୀୟ ରାଜପଥ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ସ୍ଥାନୀୟ ଲୋକଙ୍କର ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । 

 

  • Tags:

Subscribe

National International State Sports Entertainment