Home >
କରୋନା ଯୋଗୁଁ ଜାତୀୟ ରାଜପଥରେ ବର୍ତ୍ତମାନ ପରିସ୍ଥିତିରେ ଟୋଲ ନିଆଯିବନି: ଗଡ଼କରୀ
Khabar Odisha:Nation-Due-to-covi-19-temporarily-suspend-the-collection-of-toll-at-all-toll-plazas-across-India-Nitin-Gadkari-announced

ନୂଆଦିଲ୍ଲୀ, ମାର୍ଚ୍ଚ ୨୬ (ଖବର ଓଡ଼ିଶା): ଦେଶରେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ବୁଧବାର କହିଛନ୍ତି, ଜରୁରୀକାଳୀନ ସେବା ସହଜ କରିବା ଲାଗି ଅସ୍ଥାୟୀ ଭାବେ ଜାତୀୟ ରାଜପଥରେ ଟୋଲ ନିଆଯିବ ନାହିଁ । କେନ୍ଦ୍ରମନ୍ତ୍ରୀ ନିଜର ଘୋଷଣାରେ କହିଛନ୍ତି, କୋଭିଡ-୧୯କୁ ଦେଖି ଆଦେଶ ଦିଆଯାଉଛି ଯେ, ଦେଶର ସମସ୍ତ ଟୋଲ ପ୍ଲାଜାରେ ଟୋଲ ନେବା କାମ ବନ୍ଦ କରାଯାଉ । ସେ କହିଛନ୍ତି, ଏହା ଦ୍ୱାରା ଜରୁରୀକାଳୀନ ସେବାମୂଳକ କାମରେ ଲାଗିଥିବା ଲୋକଙ୍କର ସମୟ ବଞ୍ଚିବ । 

ଏହା ବ୍ୟତୀତ ଗଡ଼କରୀ ନିଜର ଟୁଇଟରେ ଲେଖିଛନ୍ତି, ସଡ଼କରେ ରକ୍ଷଣାବେକ୍ଷଣ ଓ ଟୋଲ ପ୍ଲାଜାରେ ଜରୁରୀକାଳୀନ ସାମଗ୍ରୀ ସବୁବେଳେ ରହିବ । ଦେଶରେ ୨୧ ଦିନିଆ ଲକଡାଉନ ଆଗାମୀ ଏପ୍ରିଲ ୧୪ ଯାଏଁ ଚାଲିବ । ଏହି ସମୟରେ ଜାତୀୟ ରାଜପଥ ଓ ରାଜ୍ୟର ସୀମାଗୁଡ଼ିକ ସିଲ କରି ଦିଆଯାଇଛି । କେବଳ ଜରୁରୀକାଳନୀ ଯାନବାହାନ ଚଳାଚଳକୁ ଅନୁମତି ମିଳୁଛି । କେବଳ ଜରୁରୀକାଳୀନ ଜିନିଷପତ୍ର ଯୋଗାଣ କରୁଥିବା ଟ୍ରକ, ବାଧ୍ୟତାମୂଳକ ସେବା ସମ୍ବନ୍ଧୀତ ସରକାରୀ ବାହନ ଓ ଆମ୍ବୁଲାନ୍ସ ଯିବା ଆସିବା କରୁଛି । ପୋଲିସ ବ୍ୟକ୍ତିଗତ ଯାନବାହନଙ୍କୁ ପ୍ରକୃତ କାରଣ ମାଗିବା ପରେ ଛାଡୁଛି । 

ସୂଚନାଯୋଗ୍ୟ, କରୋନା ଭାଇରସ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୪ରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଲକଡାଉନ ଘୋଷଣା କରିଥିଲେ । ଏହା ମାର୍ଚ୍ଚ ୨୫ ତାରିଖଠାରୁ ଆରମ୍ଭ ହୋଇଥିବା ବେଳେ ଆଗାମୀ ଏପ୍ରିଲ ୧୪ ଯାଏଁ ଜାରି ରହିବ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆମେ କରୋନା ଭାଇରସକୁ ମୁକାବିଲା କରି ବିଜୟୀ ହେବ । ଆଜିର ନିଷ୍ପତ୍ତି ଘର ସମ୍ମୁଖର କବାଟ ଆଗରେ ଲକ୍ଷ୍ମଣ ଗାର ଟାଣି ଦେଇଛି । ଆପଣଙ୍କୁ ବୁଝିବାକୁ ହେବ, ଯଦି ବାହାରକୁ ଯାଉଛନ୍ତି, ସାଥୀରେ କରୋନା ନେଇ ଆସିବାର ଆଶଙ୍କା ଅଛି । 

 

  • Tags:

Subscribe

National International State Sports Entertainment