Home >
ଉପନିର୍ବାଚନ: ୩ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ, ୨୬ରେ ଫଳାଫଳ
Khabar Odisha:Nation-By-election-in-3-Loksabha-and-7-assembly-constituency-today

ନୂଆଦିଲ୍ଲୀ, ଜୁନ୍ ୨୩ (ଖବର ଓଡ଼ିଶା): ଦେଶର ୩ଟି ଲୋକସଭା ଓ ୭ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି । ପୂର୍ବାହ୍ନ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଏହା ଜାରି ରହିବ । ଏହି ସବୁ ଆସନର ଭୋଟଗଣତି ଓ ଫଳାଫଳ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଉତ୍ତର ପ୍ରଦେଶର ରାମପୁର ଓ ଆଜମଗଡ଼ ଏବଂ ପଂଜାବର ସଂଗରୁର ଲୋକସଭା ଆସନରେ ଭୋଟ ଗ୍ରହଣ କରାଯାଉଛି । ସେହିପରି ଦିଲ୍ଲୀ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତ୍ରିପୁରାର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଛି । 

ସମସ୍ତ ଲୋକସଭା ଆସନରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଆଜମଗଡ଼ ଓ ରାମପୁର ଉପନିର୍ବାଚନରେ ୩୪.୪୫ ଲକ୍ଷ ଭୋଟର୍ସ ଅଛନ୍ତି । ଏଥିରେ ୧୮.୭୮ ପ୍ରତିଶତ ପୁରୁଷ ଭୋଟର ଥିଲା ବେଳେ ୧୬.୬୭ ଲକ୍ଷ ମହିଳା ଭୋଟର । ତୃତୀୟ ଲିଙ୍ଗର ଭୋଟର ସଂଖ୍ୟା ୨୧୮ । ରାମପୁରରେ ୬ ଜଣ ଓ ଆଜମଗଡ଼ରେ ୧୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି । ଉଭୟ ଲୋକସଭା ଆସନରେ ୪୨୩୪ଟି ମତଦାନ କେନ୍ଦ୍ର କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ କରାଯିବା ପାଇଁ ରାଜ୍ୟ ପୋଲିସ ସମେତ କେନ୍ଦ୍ରୀୟ ବଳ ମୁତୟନ ଅଛନ୍ତି । 

ତ୍ରିପୁରାରେ ସର୍ବାଧିକ ୪ଟି ବିଧାନସଭା ଆସନରେ ଆଜି ଭୋଟ ଗ୍ରହଣ କରାଯାଉଛି । ଏଥିରେ ଅଗରତଲା, ଜୁବାରାଜଗର, ସୁରମା ଓ ବରଦୋୱାଲା (ଟାଉନ)ରେ ଭୋଟ ଗ୍ରହଣ କରାଯାଉଛି । ଆନ୍ଧ୍ର ପ୍ରଦେଶର ଆତ୍ମାକୁର, ଝାଡ଼ଖଣ୍ଡର ମାଣ୍ଡର ଓ ଦିଲ୍ଲୀର ରାଜେନ୍ଦ୍ରନଗର ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । 

 

  • Tags:

Subscribe

National International State Sports Entertainment