Home >
ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ
Khabar Odisha:Nation-Andhra-Pradesh-CM-Jagan-Mohan-Reddy-backs-NDA-candidate-Droupadi-Murmu-in-Prez-election

ଅମରାବତୀ, ଜୁନ୍ ୨୪ (ଖବର ଓଡ଼ିଶା): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗୁରୁବାର ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମର୍ମୁଙ୍କୁ ନିଜର ସମର୍ଥନ ଜଣାଇଛନ୍ତି । ନିର୍ବାଚନ ଜିତିଲେ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ଆସନରେ ବସିବେ । 

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଜଗନମୋହନ ତାଙ୍କ ସରକାରରେ ସବୁବେଳେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କୁ ଗୁରୁତ୍ୱ ଦେଇଆସିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ, ବିଗତ ୩ ବର୍ଷ ହେବ ଜଗନ ସରକାର ସମାଜର ଅନଗ୍ରସର ଗୋଷ୍ଠୀଙ୍କ ପାଇଁ କାମ କରିଛି । ୭୦ ପ୍ରତିଶତ କାମ ଉନୁନ୍ନତ ସମାଜର ବିକାଶ ପାଇଁ ଜଗନ ସରକାର କାମ କରିଛନ୍ତି । 

ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଉପସ୍ଥିତ ରହିପାରିବେ ନାହିଁ । କାରଣ ତାଙ୍କର କ୍ୟାବିନେଟ ବୈଠକ ପାଇଁ କାର୍ଯ୍ୟସୂଚୀ ହୋଇସାରିଛି । ତେଣୁ ତାଙ୍କ ଅନୁପସ୍ଥିତିରେ ରାଜ୍ୟସଭା ସାଂସଦ ବିଜୟସାଇ ରେଡ୍ଡୀ ଓ ଲୋକସଭା ସାଂସଦ ମିଧୁନ ରେଡ୍ଡୀ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଜୁଲାଇ ୧୮ ତାରିଖରେ ହେବ । ଜୁଲାଇ ୨୧ ତାରିଖରେ ଗଣତି ହେବ ।

 

  • Tags:

Subscribe

National International State Sports Entertainment