ନୂଆଦିଲ୍ଲୀ: କଣ ଖୁଦାର ଅସ୍ଥିତ୍ୱ ? ଏହି ପ୍ରଶ୍ନ ଉପରେ ଖ୍ୟାତାନାମା ଲେଖକ ଓ ସଙ୍ଗୀତକାର ଜାଭେଦ ଅଖତର ଓ ଇସଲାମୀ ବିଦ୍ୱାନ ମୁଫତି ଶମାଇଲ ନଦଭିଙ୍କ ମଧ୍ୟରେ ବିତର୍କ ହୋଇଛି । ଏହା ପରେ ସାମାଜିକ ଗଣମାଧ୍ୟମରେ ବିତର୍କ ଦେଖିବାକୁ ମିଳିଛି । ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବିତର୍କରେ ଆସ୍ଥା, ତର୍କ, ନୈତିକତା ଓ ମାନବ ପୀଡା ପରି ପ୍ରସଙ୍ଗକୁ ଚର୍ଚ୍ଚାର କେନ୍ଦ୍ରକୁ ନେଇ ଆସିଛି ।
ଏହି କାର୍ଯ୍ୟକ୍ରମର ବିଷୟ ଥିଲା, କଣ ଖୁଦାର ଅସ୍ଥିତ୍ୱ ଅଛି ? ଏହା ଦୁର୍ଲଭ ଅବସର ଥିଲା ଯେବେ ଏକ ସ୍ୱୟଂ ନାସ୍ତିକ ବୁଦ୍ଧିଜୀବୀ ଏବଂ ଜଣେ ଧାର୍ମିକ ବିଦ୍ୱାନ ମୁହାଁମୁହିଁ ସାର୍ବଜନୀନ ମଞ୍ଚରେ ତର୍କ କରିଥିଲେ । ଜାଭେଦ ଅଖତର ନିଜର ଯୁକ୍ତିରେ ଗାଜାର ଉଦାହରଣ ଦେଇ କହିଛନ୍ତି ଯେ, ଯଦି ଖୁଦା ସର୍ବବ୍ୟାପୀ ଏବଂ ଦୟାଳୁ ତେବେ ଏମିତି ଧ୍ୱଂସକୁ କେମିତି ଅଣଦେଖା କରି ପାରୁଛି ।
ସେ କହିଛନ୍ତି ଯଦି ଆପଣ ସର୍ବଶକ୍ତିମାନ ଏବଂ ସବୁ ସ୍ଥାନରେ ଅଛନ୍ତି, ତେବେ ଗାଜାରେ ବି ଥିବେ । ସେଠାରେ ନିରୀହ ଲୋକ ଓ ଶିଶୁଙ୍କ ଜୀବନ ଯାଉଛି । ତଥାପି ଆପଣ ଚାହୁଁଛନ୍ତି ଆପଣଙ୍କ ଉପରେ ମୁଁ ବିଶ୍ୱାସ କରିବି ? ଜାଭେଦ ବ୍ୟଙ୍ଗ କରି କହିଛନ୍ତି, ଖୁଦା ତୁଳନାରେ ତ ଆମର ପ୍ରଧାନମନ୍ତ୍ରୀ ଭଲ । କିଛି ତ ସେ କଥା ବୁୁଝୁଛନ୍ତି ।
ଧାର୍ମିକ ହିଂସା ଉଲ୍ଲେଖ କରି ଜାଭେଦ ଅଖତର ପ୍ରଶ୍ନ କରିଛନ୍ତି ଯେ, କାହିଁକି ଖୁଦାଙ୍କ ନାମରେ ପ୍ରଶ୍ନ କରିବା ବନ୍ଦ କରାଯାଉଛି । ଏହା କେଉଁ ପ୍ରକାରର ଖୁଦା ଯିଏ ପିଲାଙ୍କୁ ବୋମା ବିସ୍ଫୋରଣରେ ମରିବାକୁ ଦେଉଛି । ଯଦି ତାଙ୍କର ଉପସ୍ଥିତିରେ ଏମିତି ହେଉଛି ତେବେ ସେ ନ ରହିବା ହିଁ ଭଲ ।
Also read: ନିର୍ବାଚନୀ ବଣ୍ଡ ସମାପ୍ତ ହେବା ପରେ ରାଜନୈତିକ ଦଳକୁ ମିଳିଲା ୩୮୧୧ କୋଟି ଚାନ୍ଦା, ବିଜେପି ଖାତାକୁ କେତେ ?