ନୂଆଦିଲ୍ଲୀ, ଜୁନ ୨୩(ଖବର ଓଡିଶା):
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଓଡିଶା ଭବନରେ ପହଞ୍ଚି ଦ୍ରୌପତୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।
ତେବେ ଏହି ସାକ୍ଷାତକାରରେ ରାଷ୍ଟ୍ରପତି ନିର୍ବାଚନ ନେଇ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ତେବେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେହିପରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଦ୍ରୌପଦୀ ମୁର୍ମୁ ଭେଟିଛନ୍ତି । ଶାହାଙ୍କୁ ଭେଟି ବିସ୍ତୁତ ଭାବେ ଆଲୋଚନା ମଧ୍ୟ କରିଛନ୍ତି ।
ତେବେ ଦ୍ରୋପଦୀ ମୁର୍ମୁ ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲେ । ତେବେ ଆସନ୍ତାକାଲି ଦ୍ରୌପଦୀ ତାଙ୍କର ପାର୍ଥୀ ପତ୍ର ଦାଖଲ କରିବେ ।