Home >
‘ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍‌’: ଅମିତ୍ ଶାହା
Khabar Odisha:More-surgical-strikes-if-Pakistan-transgresses-Home-Minister-Amit-Shah

ନୂଆଦିଲ୍ଲୀ, ଅକ୍ଟୋବର ୧୪(ଖବର ଓଡ଼ିଶା): ୨୯ ସେପ୍ଟେମ୍ବର ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ୍ ପୁରା ବିଶ୍ୱରେ ଆତଙ୍କବାଦୀଙ୍କ ଛାତି ଥରାଇଦେଇଥିଲା । ପାକିସ୍ତାନୀ ଆତଙ୍କବାଦୀଙ୍କୁ କଡ୍ଡା ଜବାବ୍ ଦେଇଥିଲା ଭାରତୀୟ ସେନା । ଯାହା ପରେ ରକ୍ତ ଚାଉଳ ଚୋବାଇ ଆସୁଛି ପାକିସ୍ତାନ ।

କିଛି ନା କିଛି ଷଡଯନ୍ତ୍ର କରି ଭାରତୀୟ ସୀମାରେ ଅଶାନ୍ତି ସୃଷ୍ଟି କରିବା ସହିତ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା ମାନ କରି ଆସୁଛି ପାକିସ୍ତାନ । ଯାହାକୁ ନେଇ ଗତ କିଛି ଦିନ ହେଲା ଅଶାନ୍ତ ହୋଇପଡିଛି ଜମ୍ମୁ-କାଶ୍ମୀର ସୀମା ।

ଆଉ ଆଜି ପାକିସ୍ତାନର ଏଭଳି ନୀତି ଓ ଆତଙ୍କବାଦୀଙ୍କୁ କଡ୍ଡା ଚେତାବନୀ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଜମ୍ମୁ-କାଶ୍ମୀରରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟାକଳାପକୁ ଯଦି ପାକିସ୍ତାନ ଉତ୍ସାହିତ କରେ ତେବେ ପୁଣି ଥରେ ପାକିସ୍ତାନକୁ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ର ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି ଅମିତ୍ ଶାହା ।

ଗୋଆର ଧରବନ୍ଦୋରାସ୍ଥିତ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଅଧୀନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ।

ଯାହା ପ୍ରମାଣିତ କରିଥିଲା ଯେ ଭାରତ କେବେ ହେଲେ ଆତଙ୍କବାଦ୍ କୁ ବରଦାସ୍ତ କରିବ ନାହିଁ ଏବଂ ଭର୍ତୀୟ ସେନା ଉପରେ କରାଯାଉଥିବା ପ୍ରତିଟି ଆକ୍ରମଣ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଯବାବ୍ ଦେବ ଭାରତ ।

ଏହାସହିତ ଗ୍ୟହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଆଉ ଆଲୋଚନାର ସମୟ ନାହିଁ ଏବେ ପ୍ରତିଟି ଆକ୍ରମଣର ଜବାବ୍ ଆକ୍ରମଣରେ ହିଁ ଦିଆଯିବ ତେଣୁ ଆତଙ୍କବାଦୀଙ୍କୁ ପ୍ରୋତ୍ସହିତ କରୁଥିବା ଦେଶ ପ୍ରସ୍ତୁତ ରୁହ ଏକାଧିକ ସର୍ଜିକାଲ ଷ୍ଟ୍ରାଇକ୍ ର ସାମ୍ନା କରିବାକୁ ।

  • Tags:

Subscribe

National International State Sports Entertainment