ଭୁବନେଶ୍ୱର: ଆସନ୍ତା 48 ଘଣ୍ଟାରେ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି | ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବାରୁ 48 ଘଣ୍ଟା ମଧ୍ୟରେ କେରଳ ଛୁଇଁବାର ସମ୍ଭାବନା ବୃଦ୍ଧି ପାଇଛି | ପୂର୍ବରୁ IMD ଜୁନ 4 ସୁଦ୍ଧା କ୍ଷିଣ -ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲିଆକଳନ କରିଥିଲେ | କିନ୍ତୁ ମୌସୁମୀ ବାୟୁ ପହଂଚିବାରେ ବିଳମ୍ବ ହୋଇଛି | କେରଳରେ ମୌସୁମୀ ପହଁଚିଲା ପରେ ହିଁ ଏହା ଓଡ଼ିଶାରେ କେବେ ପହଞ୍ଚିବା ତାହା ଜଣା ପଡିବ | ସେପର୍ଯ୍ୟନ୍ତ ଅସହ୍ୟ ଗୁଳୁଗୁଳି ଏବଂ ଗରମରେ ସିଝିବ ଓଡିଶା |
ଆହୁରି ପଢନ୍ତୁ : ଭୀଷଣ ରୂପନେଲା ବାତ୍ୟା ' ବିପର୍ଯ୍ୟୟ '
ତେବେ 15 ତାରିଖ ପରେ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ଓଡିଶାରେ ପହଂଚିବାର ସମ୍ଭାବନା ଅଛି | ଆରବ ସାଗରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ମୌସୁମୀ ଆସିବାରେ ବିଳମ୍ବ ହେଉଛି | ମୌସୁମୀ ଆସିବା ବିଳମ୍ବ ହେବା ଦ୍ୱାରା ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା 40-45 ଡିଗ୍ରୀ ରହିବ ବୋଲି ଅନୁମାନ କରାଯାଇଛି |